Friday, May 8, 2026
38 C
Odisha

    ଟିୟୁସନ୍ ନଯାଇ ପୋଖରୀରେ ଗାଧୋଉଥିଲେ ଛାତ୍ର, ପାଣିରେ ବୁଡି ଚାଲିଗଲା ୨ ଜୀବନ

    ଆଗକୁ ପଢନ୍ତୁ

    ବାଲେଶ୍ଵର : ବାଲେଶ୍ଵର ଟାଉନ୍ ଥାନା ଅନ୍ତର୍ଗତ ମାନସିଂ ବଜାର ଅଞ୍ଚଳରେ ଅଘଟଣ । ସମର କୋର୍ସ ପାଇଁ ଭଦ୍ରକ ଜିଲ୍ଲାରୁ ଆସି ଏକ ଘରୋଇ ଶିକ୍ଷାନୁଷ୍ଠାନ ରହିଥିବା ଦୁଇ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ତେବେ ଦୁଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ବାଲେଶ୍ଵର ଜିଲ୍ଲା ମେଡିକାଲରେ ଗତ ବିଳମ୍ବିତ ରାତ୍ରିରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

    ସୂଚନାନୁଯାୟୀ, ମୃତକଙ୍କ ପରିବାର ଲୋକେ କଲେଜ୍ ଘରୋଇ ଶିକ୍ଷାନୁଷ୍ଠାନ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ । ପରବର୍ତ୍ତୀ ସମୟରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଆଜି ବାଲେଶ୍ଵର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ସହ ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଉତ୍ୟକ୍ତ ଲୋକେ ବୁଝିଥିଲେ । ତେବେ ସମର କୋର୍ସ ପାଇଁ ଆସି ମୃତ ଦୁଇ ଛାତ୍ର ହେଲେ ପ୍ରତ୍ୟୁଷ କୁମାର ମଲ୍ଲିକ ଓ ସ୍ମୃତି ରଞ୍ଜନ ମହାଭୋଇ । ବାଲେଶ୍ଵର ମାନସିଂ ବଜାର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ସମର କୋର୍ସ ପାଇଁ ଆସିଥିଲେ । ଗତକାଲି ଅପରାହ୍ନରେ ସ୍ଥାନୀୟ ଏକ ପୋଖରୀକୁ ଆସିଥିଲେ ଗାଧୋଇବାକୁ । ପରେ ଗାଧୋଉଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କୁ ଅନ୍ୟ ସାଙ୍ଗ ମାନେ ଉଦ୍ଧାର କରିଥିଲେ । ପରେ ଗୁରୁତର ଭାବରେ ଦୁଇ ଛାତ୍ରଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କୁ ମୃତ ଘୋଷଣା କରିବା ସହ ଛାତ୍ରଙ୍କ ମର ଶରୀରକୁ ବାଲେଶ୍ଵର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38 ° C
    38 °
    38 °
    24 %
    3.4kmh
    6 %
    Fri
    37 °
    Sat
    39 °
    Sun
    39 °
    Mon
    38 °
    Tue
    39 °

    ସମ୍ବନ୍ଧିତ