Wednesday, April 8, 2026
36.5 C
Odisha

    ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ: ୪ ଗିରଫ, ନଗଦ ୫.୧୭ ଲକ୍ଷ ସହ ଲାପଟପ୍‌ ଓ ବାଇକ ଜବତ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନଥାନା ପୁଲିସ ମହାଦେବପଡ଼ାରେ ସୋମବାର ରାତିରେ ଆଇପିଏଲ ବେଟିଂ (ସଟ୍ଟା) ଆଡ୍ଡାରେ ବଡ଼ ଧରଣର ଚଢ଼ାଉ କରିଛି। ଆଡ୍ଡାରୁ ୪ ଜଣ ସଟ୍ଟା ଖେଳାଳିଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୫ ଲକ୍ଷ ୧୭ ହଜାର ୨ ଶହ ଟଙ୍କା, ଗୋଟିଏ ଲେନଭୋ ଲାପଟପ, ୬ଟି ସ୍ମାର୍ଟ ମୋବାଇଲ ଫୋନ୍, ୩ଟି ବାଇକ୍ ବିଭିନ୍ନ ବ୍ଯାଙ୍କର ଡେବିଟ୍ ଓ କ୍ରେଡିଟ କାର୍ଡ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନଥାନା ଭିତିରିଆପଡ଼ାର ମିଥୁନ ସାହୁ (୩୩), ସଂଜୟ ସାହୁ (୪୦), ସଂଜୟ କୁମାର ସାହୁ (୪୦), ଖମାରୀପଡ଼ାର ସୁବୋଧ ଚୌଧୁରୀ (୪୬)॥ ସମସ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି।
    ମହାଦେବପଡ଼ାରେ ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ସୋମବାର ରାତିରେ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା ଓ ଟାଉନଥାନା ଅଧିକାରୀ ଆଦିତ୍ଯ ମହାକୁଡ଼ଙ୍କ ତତ୍ତ୍ବାବଧାନରେ ଏସିଆଇ ଅନିଲ କୁମାର ସାମଲଙ୍କ ନେତୃତ୍ବରେ ପୁଲିସ ବଳ ଚଢ଼ାଉ କରିଥିଲେ। ଏହି ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନଲାଇନ ବେଟିଂ ଚାଲିଥିଲା। ଟାଉନ ଥାନାରେ ଏକ ନେଇ ଭାରତୀୟ ଦଣ୍ଡବିଧି ଧାରା ୨୯୪-ଏ, ୪୨୦,୩୪ ଓ ୪/୫ ପ୍ରାଇଜ୍ ଚିଟ୍ସ ଆଣ୍ଡ ମନି ସାର୍କୁଲେସନ ବ୍ଯାନ୍ ଆକ୍ଟ- ୧୯୭୮ରେ ମାମଲା ରୁଜୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ