Saturday, October 10, 2026
21.6 C
Odisha

    ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିିଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଦାସ। ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଥିଲା। ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରଥମେ ଏମକେସିଜି ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବା ପରେ ତାଙ୍କୁ ଏମ୍ସ ସ୍ଥାନାନ୍ତରିତ କରାଯାଇଛି। ଗୋଷାଣୀ ନୂଆଗାଁର ସରକାରୀ ଉକ୍ରଳ ମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥରେ ପୋଲିସ ସହ ପ୍ରଦୀପ କଥା ହେଉଥିଲେ। ଏହି ସମୟରେ କୌଣସି ଏକ ଘଟଣାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ କଥା କଟିକଟିରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିିଥିବା ଅଭିଯୋଗ ହୋଇଥିବା ବେଳେ ସାମ୍ନାକୁ ଆସିଥିଲା ଆକ୍ରମଣ ବେଳର ସିସିଟିଭି ଭିଜୁଆଲ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ