Tuesday, September 29, 2026
23.6 C
Odisha

    ଏଣିକି ଆଇପିଏଲରେ ବି ମ୍ୟାଚ୍ ଫି ପାଇବେ ଖେଳାଳି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସିଜନରେ ଖେଳାଳିଙ୍କୁ ମ୍ୟାଚ୍ ଫି’ ଦିଆଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଜୟ ଶାହା ଶନିବାର ଏହି ଘୋଷଣା କରିଛନ୍ତି। ଅର୍ଥାତ୍ ଖେଳାଳିଙ୍କ ରୋଜଗାର ଆହୁରି ବଢ଼ିବାକୁ ଯାଉଛି। ଖେଳାଳିମାନେ ଆଇପିଏଲ୍ ଦରମା ବ୍ୟତୀତ ୧.୦୫ କୋଟି ଅତିରିକ୍ତ ରୋଜଗାର କରିପାରିବେ। ଆଇପିଏଲ୍ ଇତିହାସରେ ଏପର୍ଯ୍ୟନ୍ତ ଖେଳାଳିମାନେ ନିଲାମରେ ଫ୍ରାଞ୍ଚାଇଜ୍ କିଣୁଥିବା ସମାନ ଦରମା ପାଉଥିଲେ, କିନ୍ତୁ ଏବେ ସେମାନଙ୍କୁ ପ୍ରତ୍ୟେକ ମ୍ୟାଚ୍ ପାଇଁ ଅଲଗା ଅଲଗା ଭାବେ ସାଢ଼େ ୭ ଲକ୍ଷ ଟଙ୍କା ମିଳିବ।
    ଜୟ ଶାହା ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ଗୋଟିଏ ମ୍ୟାଚ୍ ପାଇଁ ଖେଳାଳିଙ୍କୁ ୭.୫ ଲକ୍ଷ ଟଙ୍କା ମିଳିବ। ଯଦି ଜଣେ ଖେଳାଳି ଲିଗ୍ ପର୍ଯ୍ୟାୟର ସମସ୍ତ ୧୪ଟି ମ୍ୟାଚ୍ ଖେଳିବେ, ତେବେ ତାହା ୧.୦୫ କୋଟି ଟଙ୍କାକୁ ବୃଦ୍ଧି ପାଇବ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସିଜନ ପାଇଁ ୧୨.୬୦ କୋଟି ଟଙ୍କା ଆବଣ୍ଟନ କରିବେ। ଏହି ଆଇପିଏଲ୍ ଆମ ଖେଳାଳିଙ୍କ ପାଇଁ ଏକ ନୂଆ ଯୁଗର ଆରମ୍ଭ।
    ଖେଳାଳିଙ୍କୁ ଦିଆଯାଇଥିବା ମ୍ୟାଚ୍ ଫି’ ଫ୍ରାଞ୍ଚାଇଜ୍ ପକ୍ଷରୁ ଦିଆଯିବ ବୋଲି ଜୟ ଶାହା ସ୍ପଷ୍ଟ କରିଛନ୍ତି। ଆଇପିଏଲରେ ଲିଗ୍ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍ ଖେଳାଯାଇଥାଏ। ଅର୍ଥାତ୍ ଯଦି ଜଣେ ଖେଳାଳି ୧୪ଟି ମ୍ୟାଚ୍ ଖେଳିବେ ତେବେ ସେ ଅଲଗା ଅଲଗା ଭାବେ ୧.୦୫ କୋଟି ଟଙ୍କା ରୋଜଗାର କରିବେ। ଆଇପିଏଲର ବିଜେତା ଦଳ କୁ ୨୦ କୋଟି ଟଙ୍କା ମିଳିଥାଏ । ସିନିୟରରୁ ଜୁନିୟର ପର୍ଯ୍ୟନ୍ତ ପ୍ରତ୍ୟେକ ଖେଳାଳିଙ୍କୁ ଏହି ମ୍ୟାଚ୍ ଫି’ ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ