Tuesday, September 29, 2026
23.2 C
Odisha

    ଇସ୍ରାଏଲ୍ ଆକ୍ରମଣରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ୍ସର ଡେପୁଟି କମାଣ୍ଡର ମୃତ

    ଆଗକୁ ପଢନ୍ତୁ

    ତେଲ ଅବିଭ୍ : ଇସ୍ରାଏଲ ଆକ୍ରମଣରେ କେବଳ ହିଜବୁଲ୍ଲା ମୁଖ୍ୟ ହାସାନ ନସରୁଲ୍ଲା ନିହତ ହୋଇନାହିଁ, ବରଂ ଇରାନର ଏକ ବରିଷ୍ଠ ସେନା କମାଣ୍ଡର ବି ନିହତ ହୋଇଛି । ସେ ଇରାନର ଦୁର୍ଦ୍ଦଶ ରିଭୋଲ୍ୟୁସନାରୀ ଗାର୍ଡ୍ସର ଏକ ଡେପୁଟି କମାଣ୍ଡର ବୋଲି ଜଣାପଡ଼ିଛି । ସେ ସେହି ସମୟରେ ନସରଲ୍ଲା ସହ ବଙ୍କରରେ ଥିଲେ । ଇରାନ ନିଜେ ଏହାକୁ ନିଶ୍ଚିତ କରିଛି। କୁହାଯାଉଛି ଯେ ଏହି ଇସ୍ରାଏଲ ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ମଧ୍ୟ ସୁରକ୍ଷିତ ନାହାନ୍ତି । ଏଣୁ ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
    ଶନିବାର ଦିନ ଇରାନ୍ ଘୋଷଣା କରିଛି ଯେ ବେରୁତରେ ହିଜବୁଲ୍ଲା ନେତା ହାସନ ନସରଲ୍ଲାହଙ୍କ ମୃତ୍ୟୁ ଘଟିଥିବା ବିମାନ ଆକ୍ରମଣରେ ଏହାର ରିଭୋଲ୍ୟୁସନରୀ ଗାର୍ଡର ଜଣେ ମେଜର ଜେନେରାଲଙ୍କ ମୃତ୍ୟୁ ଘଟିଛି। ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ଇରନା କହିଛି ଯେ ଶୁକ୍ରବାର ଲେବାନନରେ ୫୮ ବର୍ଷୀୟ ଅବ୍ବାସ ନିଲଶାନ ନିହତ ହୋଇଛନ୍ତି । ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ସଂପର୍କରେ ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୬ ଜଣ ସହିଦ ଏବଂ ୯୧ ଜଣ ଆହତବ୍ୟକ୍ତିଙ୍କ ମୃତଦେହକୁ ଧ୍ୱଂସ ହୋଇଥିବା କୋଠାଗୁଡ଼ିକର ଭଗ୍ନାବଶେଷରୁ ଉଦ୍ଧାର କରାଯାଇଛି। ହିଜବୁଲ୍ଲା ଶୁକ୍ରବାର ରାତିରୁ ଉତ୍ତର ଅଧିକୃତ ପାଲେଷ୍ଟାଇନରେ ଇସ୍ରାଏଲର ସାମରିକ ଘାଟି ଏବଂ ବସ୍ତିଗୁଡ଼ିକୁ ଟାର୍ଗେଟ କରି ଏକାଧିକ ରକେଟ୍ ଆକ୍ରମଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ