Sunday, September 20, 2026
28.5 C
Odisha

    IPS ସ୍ତରରେ ବଦଳିଲେ କଟକ ଓ ଭୁବନେଶ୍ବର DCP

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଆଇପିଏସ ସ୍ତରରେ ଗତକାଲି ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ଅଦଳବଦଳରେ କମିଶନରେଟ ପୁଲିସର ଭୁବନେଶ୍ଵର ଏବଂ କଟକ ଡିସିପିଙ୍କୁ ବଦଳି କରାଯାଇଛି। ଭୁବନେଶ୍ଵର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ କଟକ ଡିସିପି ଜଗମୋହନ ମୀନାଙ୍କୁ ଭୁବନେଶ୍ଵର ଡିସିପି ଭାବେ ବଦଳି କରାଯାଇଛି। ଏହା ବ୍ୟତୀତ ରାଜ୍ୟ ମାନବାଧିକାର କମିଶନର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏସ୍‌.ଏମ୍‌. ନରୱାଣେ। ନରସିଂହ ପୂର୍ବରୁ ଅବକାରୀ କମିଶନର ଥିବାବେଳେ ଏବେ  ଅତିରିକ୍ତ ପୋଲିସ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ବ ଦିଆଯାଇଛି।  ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗର ଆଇଜିପି ଭାବରେ ନିଯୁକ୍ତି ଦିଆଯାଇଛି। ଆଇଜିପି ଅପରେସନ ରହିଛନ୍ତି ଦୀପକ କୁମାର। ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି ସିବିର ଆଇଜିପି ଭାବେ ବଦଳି କରାଯାଇଛି। ନୀତି ଶେଖର ହେଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି। ଉମା ଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ DIG ଦାୟିତ୍ବ। ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ DIG ହେଲେ ଅଖିଳେଶ୍ବର ସିଂ। ଚରଣ ସିଂ ମୀନାଙ୍କୁ DIG ପ୍ରୋଭିଜନିଂ ଭାବେ ବଦଳି।CB-CIDର ଡିଆଇଜି ହେଲେ ବି. ଗଙ୍ଗାଧର। କଳାହାଣ୍ଡି SP ଅଭିଳାଷ ଜିଙ୍କୁ ବଲାଙ୍ଗିର SP ଭାବେ ବଦଳି। ବୌଦ୍ଧ SP ନାଗରାଜ ଦେବରକୋଣ୍ଡା ହେଲେ କଳାହାଣ୍ଡି SP। କଟକ ରେଲୱେ SP ରାହୁଲ ଗୋଏଲଙ୍କୁ ବୌଦ୍ଧ SP ଭାବେ ବଦଳି  କରାଯାଇଛି । ଦୀପ୍ତେଶ ପଟ୍ଟନାୟକ ହେଲେ ପ୍ରିଣ୍ଟିଂ ଷ୍ଟେସନାରୀ ଏବଂ ପବ୍ଲିକେସନ ନିର୍ଦ୍ଦେଶକ। ଯତୀନ୍ଦ୍ର କୁମାର କୋଏଲ ହେଲେ ଏଡିଜି HRPC।କେନ୍ଦ୍ରାଞ୍ଚଳ ଆଇଜି ହେଲେ ଏସ୍‌. ପ୍ରବୀଣ କୁମାର।ନୂଆପଡା SDPO ଅମ୍ରିତ ପାଲ ସିଂ ହେଲେ ଖୋର୍ଦ୍ଧା ଅତିରିକ୍ତ SP।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    2.1kmh
    70 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ