Tuesday, February 10, 2026
29.7 C
Odisha

    ଇରାନ ଲୋକଙ୍କୁ ଇଣ୍ଟରନେଟ ମନା !

    ଆଗକୁ ପଢନ୍ତୁ

    ଖାମେନେଇ ସରକାରକୁ ନେଇ ଜଳୁଛି ଇରାନ । ଯେକୌଣସି ସମୟରେ ଆମେରିକା ଆକ୍ରମଣ କରିବାର ଭୟରେ ବିତୁଛି ଲୋକଙ୍କ ଜୀବନ । ଆଉ ଏହାରି ଭିତରେ ଇରାନ ସରକାର ଏମିତି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଲାଗୁ ହୋଇଗଲେ ସାରା ଦୁନିଆରୁ ଇରାନୀ ନାଗରିକଙ୍କ ଡିଜିଟାଲ ସମ୍ପର୍କ କଟିଯିବ । ଡିଜିଟାଲ ଅଧିକାର ପାଇଁ କାମ କରୁଥିବା ଲୋକଙ୍କ କହିବା ଅନୁସାରେ ସରକାର ସାଧାରଣ ଲୋକଙ୍କ ପାଇଁ ବୈଶ୍ବିକ ଇଣ୍ଟରନେଟ ଉପରେ କଟକଣା ଲଗାଇବା ସହ ଏହାକୁ କେବଳ ସରକାରୀ ସୁବିଧା କରିବାକୁ ପ୍ରସ୍ତୁତି ଚଲାଇଛନ୍ତି । ଯଦି ଏହି ଯୋଜନା ଲାଗୁ ହୋଇଗଲା ତେବେ ଅଧିକାଂଶ ଇରାନୀ ନାଗରିକ ସରକାର ଦ୍ବାରା ପ୍ରସ୍ତୁତ ଇଣ୍ଟରନେଟକୁ ହିଁ କେବଳ ବ୍ୟବହାର କରିପାରିବେ ।

    ଇଣ୍ଟରନେଟ ସେନସରସିପ ଉପରେ ନଜର ରଖୁଥିବା ସଂସ୍ଥା ଫିଲଟର ଓ୍ବାଚ୍ ଅନୁସାରେ, ଏହି ଯୋଜାନା ଗୁପ୍ତ ଭାବେ କରାଯାଉଛି । ଯାହାର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ । ଆଗକୁ ସେହିମାନଙ୍କୁ ବୈଶ୍ବିକ ଇଣ୍ଟରନେଟର ସୁବିଧା ମିଳିବ ଯେଉଁମାନଙ୍କୁ ସରକାରଙ୍କ ତରଫରୁ ସୁରକ୍ଷା ମଞ୍ଜୁରୀ ମିଳିଥିବ କିମ୍ବା ଯେଉଁମାନେ ସରକାରୀ କାମ କରୁଥିବେ । ୨୦୨୬ ପରେ ଖୋଲା ବୈଶ୍ବିକ ଇଣ୍ଟରନେଟ ଇରାନ ଫେରିବାର କୌଣସି ଆଶା ନଥିବା ସରକାରୀ ସଙ୍କେତରୁ ଜଣାପଡୁଛି । ଜାନୁଆରୀ ୮ ତାରିଖରୁ ଇରାନରେ ଅନ୍ତରାଷ୍ଟ୍ରୀୟ ଇଣ୍ଟରନେଟ ପ୍ରାୟତଃ ବନ୍ଦ ହୋଇଯାଇଛି । ସରକାର ବିରୋଧୀ ପ୍ରଦର୍ଶନ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ଇଣ୍ଟରନେଟ କଟକଣା ଏତେ ଲମ୍ବା ଓ ଶକ୍ତ ଯେ ଏହାର ତୁଳନା ୨୦୧୧ରେ ମିଶରରେ ହୋଇଥିବା ତହରିର ସ୍କ୍ବାୟର ଆନ୍ଦୋଳନ ସହ ତୁଳନା କରାଯାଉଛି । ଅନ୍ୟପକ୍ଷେ ଅନ୍ତରାଷ୍ଟ୍ରୀୟ ଇଣ୍ଟରନେଟ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିପାରେ ବୋଲି ସରକାରଙ୍କ ତରଫରୁ କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.7 ° C
    29.7 °
    29.7 °
    13 %
    2.6kmh
    2 %
    Tue
    30 °
    Wed
    32 °
    Thu
    33 °
    Fri
    33 °
    Sat
    34 °

    ସମ୍ବନ୍ଧିତ