Monday, October 12, 2026
22.3 C
Odisha

    ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତା ହୋଇଛି କି ? ଏନଟିଏର ପ୍ରତ୍ୟାଖ୍ୟାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିଟ-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ୧୫୦୦ରୁ ଅଧିକ ପରୀକ୍ଷାର୍ଥୀଙ୍କ ଫଳାଫଳ ପୁନଃ ଯାଞ୍ଚ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଶନିବାର ଏହି ସୂଚନା ଦେଇଛି। ନିଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଉପରେ ଏନଟିଏ ଡିଜି ସୁବୋଧ କୁମାର ସିଂହ କହିଛନ୍ତି ଯେ ପରୀକ୍ଷାରେ କୌଣସି ବଡ଼ ଧରଣର ବିଶୃଙ୍ଖଳା ହୋଇନାହିଁ। ୧୬୦୦ ଛାତ୍ରଛାତ୍ରୀଙ୍କ ଅଭିଯୋଗ ମାମଲା ରହିଛି। ୪ ଜଣିଆ କମିଟି ଏହାର ତଦନ୍ତ କରିବ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣିବା ପରେ ନିଷ୍ପତ୍ତି ନିଆଯିବ।

    ଏନଟିଏ ଡିଜି କହିଛନ୍ତି ଯେ ନିଟ୍ ପରୀକ୍ଷାରେ କୌଣସି ବଡ଼ ଧରଣର ଅନିୟମିତତା ହୋଇନାହିଁ। କମିଟିର ପରାମର୍ଶ ଆଧାରରେ ଆଉ ଏକ ଫର୍ମୁଲା ହୋଇପାରିବ କି ନାହିଁ ତାହା ଦେଖିବାକୁ ମିଳିବ। ଆମର ଲୁଚାଇବାକୁ କିଛି ନାହିଁ । କମିଟିରେ ସମୁଦାୟ ୪ ଜଣ ସଦସ୍ୟ ଅଛନ୍ତି, ଯେଉଁମାନେ ଅଭିଯୋଗ କେନ୍ଦ୍ର ପରିଦର୍ଶନ କରିବେ।

    ସେ କହିଛନ୍ତି, ପୂର୍ବତନ ୟୁପିଏସସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏକ ସପ୍ତାହ ମଧ୍ୟରେ ସୁପାରିସ ଦେବ ଏବଂ ଏହି ପରୀକ୍ଷାର୍ଥୀଙ୍କ ଫଳାଫଳସଂଶୋଧନ କରାଯାଇପାରେ । ନ୍ୟାସନାଲ ଏଲିଜିବିଲିଟି-ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍)ର ଅନେକ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି ଯେ ମାର୍କ ବୃଦ୍ଧି କରାଯାଇଛି, ଯେଉଁଥିପାଇଁ ୬୭ ଜଣ ପରୀକ୍ଷାର୍ଥୀ ପ୍ରଥମ ସ୍ଥାନ ପାଇଛନ୍ତି, ସେମାନଙ୍କ ମଧ୍ୟରୁ ୫ ଜଣ ସେହି କେନ୍ଦ୍ରରୁ ଆସିଛନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ