Wednesday, October 7, 2026
27.2 C
Odisha

    ବଢ଼ୁଛି ଇସ୍ରାଏଲ ସଙ୍କଟ: କ୍ଷେପଣାସ୍ତ୍ର ଅଭାବ, ଏୟାର ଡିଫେନ୍ସ ବିଫଳ

    ଆଗକୁ ପଢନ୍ତୁ

    ତେଲ୍‌ ଅଭିଭ୍‌: ଇରାନ ସହ ଯୁଦ୍ଧରେ ଇସ୍ରାଏଲ ଦ୍ରୁତ ସଫଳତା ହାସଲ କରିଥିବା ଦାବି କରୁଥିଲେ ମଧ୍ୟ ଇରାନ ନିକ୍ଷେପ କରୁଥିବା ବାଲିଷ୍ଟିକ୍‌ ଓ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ଅଟକାଇବାରେ ଇସ୍ରାଏଲ ସକ୍ଷମ ହୋଇପାରୁ ନାହିଁ। ଏଭଳି ସ୍ଥିତିରେ ଗୋଟିଏ ପଟେ ଇସ୍ରାଏଲରେ ବ୍ୟାପକ ଧ୍ବଂସଲୀଳା ଜାରି ରହିଥିବା ବେଳେ ଅନ୍ୟପଟେ କ୍ଷେପଣାସ୍ତ୍ର ସଂଖ୍ୟା କମି ଚାଲିଥିବାରୁ ଆଗକୁ ବହୁତ ବଡ଼ ସଙ୍କଟର ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଛି । ଇସ୍ରାଏଲ ମାତ୍ର ୧୦-୧୨ ଦିନ ହିଁ ଯୁଦ୍ଧ ଲଢ଼ିବାକୁ ସକ୍ଷମ ବୋଲି ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଇସ୍ରାଏଲ ଓ ଇରାନ ମଧ୍ୟରେ ଲଗାତାର କ୍ଷେପଣାସ୍ତ୍ର ବିନିମୟ ଚାଲିଥିବା ବେଳେ ଏହି ରିପୋର୍ଟ ଆସିଛି। ଗତ ଶୁକ୍ରବାର ଇସ୍ରାଏଲ ଅପରେସନ୍ ରାଇଜିଂ ଲାୟନ୍ ଆରମ୍ଭ କରିବା ପରଠାରୁ ଇରାନ ସେନା ପାଖାପାଖି ୪୦୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି, ଯାହା ଇସ୍ରାଏଲ ଅଞ୍ଚଳରେ ପହଞ୍ଚିବାରେ ସକ୍ଷମ ହୋଇଛି। ଇସ୍ରାଏଲ୍ ପ୍ରତିରକ୍ଷା ବ୍ୟବସ୍ଥା ଇରାନର ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ସମର୍ଥ ନହେବା ଭୟାନକ ସ୍ଥିତି ସୃଷ୍ଟି କରିଛି। ବାଲିଷ୍ଟିକ୍‌ ପାଇଁ ଡିଜାଇନ୍ କରାଯାଇଥିବା ଆରୋ ସିଷ୍ଟମ୍ ଅଧିକାଂଶ ଆସୁଥିବା କ୍ଷେପଣାସ୍ତ୍ରକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛି, କିନ୍ତୁ ଏହାର ସଫଳତା ହାର ୯୫ ପ୍ରତିଶତ।
    ତେଲ ଅଭିଭ୍‌ର ଅଧିକାରୀମାନେ କହିଛନ୍ତି ଯେ ଇରାନର ଏକ ତୃତୀୟାଂଶ କ୍ଷେପଣାସ୍ତ୍ର ଲଞ୍ଚର ନଷ୍ଟ ହୋଇଯାଇଛି ଏବଂ ଇରାନ ଆକାଶ ଉପରେ ନିୟନ୍ତ୍ରଣ ହାସଲ କରିଥିବା ଦାବି କରାଯାଇଛି। ତଥାପି ଗୁଇନ୍ଦା ସୂତ୍ରରୁ ସତର୍କ କରାଇ ଦିଆଯାଇଛି ଯେ ଇରାନରେ ଅଧାରୁ ଅଧିକ କ୍ଷେପଣାସ୍ତ୍ର ମହଜୁଦ୍ ରହିଛି ଏବଂ ଏହାର ଏକ ବଡ଼ ଅଂଶ ଭୂତଳ କାରଖାନାରେ ଲୁଚାଇ ରଖାଯାଇଛି। ଇସ୍ରାଏଲର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ ଆଇରନ୍ ଡୋମ୍, ଡେଭିଡ୍ ସ୍ଲିଙ୍ଗ୍, ଆରୋ ସିଷ୍ଟମ୍ ଏବଂ ଆମେରିକା ଦ୍ୱାରା ଯୋଗାଇ ଦିଆଯାଇଥିବା ପାଟ୍ରିୟଟ୍ସ ଏବଂ ଥାଡ୍ ବ୍ୟାଟେରିକୁ ବଜାୟ ରଖିବା ଏକ ବଡ଼ ଆହ୍ବାନ ପାଲଟିଛି। ଇସ୍ରାଏଲକୁ ଏବେ ପ୍ରତି ରାତିରେ ଇରାନ କ୍ଷେପଣାସ୍ତ୍ର ବର୍ଷାର ମୁକାବିଲା ପାଇଁ ପାଇଁ ୨୮୫ ନିୟୁତ ଡଲାର ଖର୍ଚ୍ଚ କରିବାକୁ ପଡ଼ୁଛି। କେବଳ ଏରୋ ସିଷ୍ଟମ ୩ ନିୟୁତ ଡଲାର ମୂଲ୍ୟର କ୍ଷେପଣାସ୍ତ୍ର ଆବଶ୍ୟକ କରୁଛି। ଇସ୍ରାଏଲର ଆକ୍ରମଣରେ ଇରାନର ସାମର୍ଥ୍ୟ ଉପରେ ପ୍ରବଳ ଆଘାତ ଲାଗିଥିବା କୁହାଯାଉଥିଲେ ମଧ୍ୟ ଇରାନର ଆକ୍ରମଣ କ୍ଷମତା ଯଥାରୀତି ବଜାୟ ରହିଥିବା ଦେଖିବାକୁ ମିଳିବା ସମସ୍ତଙ୍କୁ ବିସ୍ମିତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ