Sunday, September 27, 2026
24.7 C
Odisha

    ଇସ୍ରାଏଲ ଓ ହମାସ ଯୁଦ୍ଧବିରତି ନେଇ ଜାତିସଂଘରେ ହେବ ଭୋଟ, ଭେଟୋ ପ୍ରୟୋଗ କରିପାରେ ଆମେରିକା

    ଆଗକୁ ପଢନ୍ତୁ

    ନ୍ୟୁୟର୍କ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଅସ୍ତ୍ରବିରତି ହେବ କି ନାହିଁ ସେ ନେଇ ମଙ୍ଗଳବାର ଜାତିସଂଘରେ ମତଦାନ ହେବ। ମିଳିତ ଜାତିସଂଘ ନିରାପତ୍ତା ପରିଷଦରେ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଦାବି କରି ଆରବ ସମର୍ଥିତ ପ୍ରସ୍ତାବ ଉପରେ ମଙ୍ଗଳବାର ଭୋଟ୍ ହେବାର ସମ୍ଭାବନା ରହିଛି। କିନ୍ତୁ ଏହି ଭୋଟବେଳେ ଆମେରିକା ଇସ୍ରାଏଲ ସପକ୍ଷରେ ଭିଟୋ ବ୍ୟବହାର କରିବାକୁ ଘୋଷଣା କରିଛି। ଆରବ ପ୍ରତିନିଧି ଆଲଜେରିଆ ଏହି ଚିଠା ସଂକଳ୍ପକୁ ଚୂଡ଼ାନ୍ତ ରୂପ ଦେଇଛି, ଯାହାକୁ ନେଇ ଜାତିସଂଘରେ ଭୋଟ ହେବ ।ନାମ ଗୋପନ ରଖିବା ସର୍ତ୍ତରେ ପରିଷଦର କୂଟନୀତିଜ୍ଞମାନେ କହିଛନ୍ତି ଯେ ମଙ୍ଗଳବାର ସକାଳେ ମତଦାନ ହେବ। ଆଲଜେରିଆ ଦ୍ୱାରା ପ୍ରସ୍ତୁତ ଚୂଡ଼ାନ୍ତ ଡ୍ରାଫ୍ଟରେ ଅସ୍ତ୍ରବିରତି ବ୍ୟତୀତ ପରିଷଦକୁ ଦିଆଯାଇଥିବା ଦାବିଗୁଡ଼ିକୁ ମଧ୍ୟ ଦୋହରାଯାଇଛି। ଏଥିରେ ଇସ୍ରାଏଲ ଏବଂ ହାମାସ ଅନ୍ତର୍ଜାତୀୟ ଆଇନକୁ ପାଳନ କରିବା ବିଶେଷକରି ସାଧାରଣ ନାଗରିକଙ୍କ ସୁରକ୍ଷା ଏବଂ ପାଲେଷ୍ଟାଇନ୍ ନାଗରିକଙ୍କ ବାଧ୍ୟତାମୂଳକ ବିସ୍ଥାପନକୁ ବନ୍ଦ କରିବା କଥା ଉଲ୍ଲେଖ ରହିଛି ।

    ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେରିକା ଗତ କିଛି ମାସ ଧରି ଏକ ବନ୍ଧକ ଚୁକ୍ତି ଉପରେ କାମ କରୁଛି, ଯାହା ଅତି କମରେ ଛଅ ସପ୍ତାହ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବାରେ ସାହାଯ୍ୟ କରିବ ଏବଂ ଏହା ଆମକୁ ସ୍ଥାୟୀ ଶାନ୍ତି ସୃଷ୍ଟି କରିବା ର ପ୍ରୟାସ ପାଇଁ ଅଧିକ ସମୟ ଦେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ