Sunday, September 27, 2026
24.7 C
Odisha

    ବୈଦେଶିକ ମୁଦ୍ରା ଉଲ୍ଲଂଘନ ମାମଲାରେ ଇଡି ସମନକୁ ଏଡ଼ାଇ ଦେଲେ ମହୁଆ ମୈତ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ଉଲ୍ଲଂଘନ (ଫେମା) ମାମଲାରେ ଅନିୟମିତତା କରିଥିବା ଅଭିଯୋଗରେ ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷକ୍ଷରୁ ଜାରି କରା ଯାଇଥିବା ସମନକୁ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ସୋମବାର ପ୍ରତ୍ୟାଖ୍ୟାନ କରିବା ସହ ଏଡ଼ାଇ ଯାଇଛନ୍ତି।ଏହି ମାମଲାରେ ଇଡି ଫେବ୍ରୁଆରି ୧୫ ତାରିଖରେ ତୃଣମୂଳ କଂଗ୍ରେସ ନେତ୍ରୀ ମୈତ୍ରଙ୍କୁ ସମନ ଜାରି କରି ଫେବ୍ରୁଆରି ୧୯ ତାରିଖରେ ହାଜର ହେବାକୁ କହିଥିଲା। କିଛି ବିଦେଶୀ ପୁଞ୍ଜିନିବେଶ ସମ୍ବନ୍ଧୀୟ କିଛି କାଗଜପତ୍ର ସହ ତାଙ୍କୁ ଦିଲ୍ଲୀସ୍ଥିତ ତଦନ୍ତକାରୀ ସଂସ୍ଥାର ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା।ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ଫେମା), ଆଇନର ୧୯ ଧାରାର ବ୍ୟବସ୍ଥା ଅନୁଯାୟୀ ଏଜେନ୍‌ସି ମୈତ୍ରଙ୍କୁ ଏହି ମାମଲାରେ ପଚରାଉଚରା କରିବାକୁ ଚାହୁଁଛି। ଇଡିର ତଦନ୍ତକାରୀ ଅଧିକାରୀମାନେ ଏହି ମାମଲା ସହ ଜଡିତ ତାଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛନ୍ତି।

    ତେବେ, ୪୯ ବର୍ଷୀୟା ଏହି ରାଜନେତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ମଧ୍ୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ କରୁଛି ଏବଂ ଲୋକପାଳଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ଏବେ ସିବିଆଇ ଦ୍ୱାରା ଚାଲିଛି।

    ଏହି ପରିପ୍ରେକ୍ଷୀରେ ତୃଣମୂଳ କଂଗ୍ରେସ ନେତ୍ରୀ ମୈତ୍ରଙ୍କ ବିରୋଧରେ ଇଡି ମାମଲା ସିବିଆଇ ମାମଲାର ରେଫରେନ୍‌ସ ଉପରେ ଆଧାରିତ ଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ