Friday, October 2, 2026
22.9 C
Odisha

    ଏଣିକି ସ୍କୁଲରେ ପାଳନ ହେବନାହିଁ ଇନ୍ଦିରା ଗାନ୍ଧୀ ଜୟନ୍ତୀ; ରାଜସ୍ଥାନ ଶିକ୍ଷାବିଭାଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜସ୍ଥାନ ଶିକ୍ଷାବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜୟନ୍ତୀ ଦିନ ସ୍କୁଲ ଛୁଟି ହେବ ନାହିଁ। ଅର୍ଥାତ ରାଜ୍ୟର କୌଣସି ସ୍କୁଲରେ ଇନ୍ଦିରା ଗାନ୍ଧୀ ଜୟନ୍ତୀ ପାଳନ କରାଯିବ ନାହିଁ। ଏଥିସହିତ ସ୍କୁଲ କ୍ୟାଲେଣ୍ଡରରୁ ଇନ୍ଦିରା ଗାନ୍ଧୀ ଜୟନ୍ତୀ ଅବସରରେ ପଡୁଥିବା ଛୁଟିକୁ ହଟାଇ ଦିଆଯାଇଥିବା ଶିକ୍ଷାମନ୍ତ୍ରୀ ମଦନ ଦିଲାବର ସୂଚନା ଦେଇ କହିଛନ୍ତି।

    ଶିକ୍ଷାମନ୍ତ୍ରୀ ମଦନ ଦିଲାବର ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଦେଶରେ ଅନେକ ମହାନ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଦେଶ ପାଇଁ ଭଲ କାମ କରିଛନ୍ତି। ତେଣୁ ସେମାନଙ୍କ ଜୟନ୍ତୀ ପାଳନ କରାଯିବା ଉଚିତ। ପିଲାମାନେ ଉକ୍ତ ମହାନ ବ୍ୟକ୍ତିଙ୍କ ବିଷୟରେ ଜାଣିବା ଉଚିତ। ସେମାନଙ୍କୁ ଚିହ୍ନବା ଦରକାର। କାରଣ ଯେଉଁ ବ୍ୟକ୍ତିମାନଙ୍କ ଜୟନ୍ତୀ ପାଳନ ହେଉଛି ପିଲାମାନେ ତାଙ୍କ ବିଷୟରେ ଜାଣୁଛନ୍ତି ଚିହ୍ନୁଛନ୍ତି। ଅନ୍ୟ ମହାନବ୍ୟକ୍ତିଙ୍କ ବିଷୟରେ ସେମାନଙ୍କୁ କୌଣସି ପ୍ରକାର ଜ୍ଞାନ ମିଳି ପାରୁ ନାହିଁ।  ତେଣୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନକୁ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି।

    ଆଗ‌ାମୀ ଦିନରେ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥୀକୁ ସଂକଳ୍ପ ଦିବସ ଭାବେ ପାଳନ କରାଯିବ। ଆମର ମାତୃଭାଷା ହେଉଛି ହିନ୍ଦୀ। ତେଣୁ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥୀ ଆୟୋଜିତ ହେଉଥିବା କୋମି ଏକତା ସପ୍ତାହର ନାମ ପରିବର୍ତନ କରି ଏହାକୁ ସମରସତା ସପ୍ତାହ ଭାବେ ପାଳନ କରିବାକୁ ଶିକ୍ଷାବିଭାଗ ନିର୍ଦ୍ଦେଶ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ