ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜୟଶଙ୍କରଙ୍କ ଏହି ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ବାସ୍ତବରେ ଆଞ୍ଚଳିକ ସ୍ଥିରତା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଏସସିଓ ବୈଠକ ଅନୁଷ୍ଠିତ ହେଉଛି; ଯେଉଁଥିରେ ଚୀନ୍, ରୁଷିଆ ଏବଂ ମଧ୍ୟ ଏସୀୟ ଦେଶ ସହ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ଜୟଶଙ୍କରଙ୍କ ଉପସ୍ଥିତି ମଧ୍ୟ ଏହି ଆଞ୍ଚଳିକ ଫୋରମରେ ଭାରତର ଭୂମିକା ଏବଂ ପ୍ରଭାବକୁ ସୃଦୃଢ କରିବ। ୧୫ରୁ ୧୬ ଅକ୍ଟୋବର ଦୁଇ ଦିନ ଧରି ଏସସିଓର ସମ୍ମିଳନୀ ଅନୁଷ୍ଠିତ ହେବ । ଗତ ବର୍ଷ ଭର୍ଚୁଆଲ ମୋଡରେ ଭାରତ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିଥିଲା ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଅନଲାଇନରେ ଅଂଶଗ୍ରହଣ କରିଥିଲେ।