Sunday, July 27, 2025
24.4 C
Odisha

    ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ

    ଆଗକୁ ପଢନ୍ତୁ

    ଯାଜପୁର : ଲାଞ୍ଚ ନେଇ ଧରାପଡିଲେ ଆରଆଇ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଯାଜପୁର ଧର୍ମଶାଳା ତହସିଲ ଅଧିନସ୍ଥ ବଳରାମପୁର-୧ ରାଜସ୍ୱ ନୀରିକ୍ଷକ ସୁଶାନ୍ତ ସ୍ବାଇଁ । ସୁଶାନ୍ତ କବାଟବନ୍ଧ ପଂଚାୟତ ଦଳଗାଁ ଅଂଚଳର ଶିକ୍ଷକ ବସନ୍ତ କୁମାର ସ୍ୱାଇଁଙ୍କ ଠାରୁ ସିକିମ ଜମି ମ୍ୟୁଟେସନ ପାଇଁ ୩୩ହଜାର ଟଙ୍କା ନେଇଥିଲେ । ମାତ୍ର ରାଜସ୍ୱ ନୀରିକ୍ଷକ ଆଉ ଅଧିକ ୧୫ ହଜାର ଟଙ୍କା ଦାବି କରିଥିଲେ ।

    ଏନେଇ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ଗତକାଲି ରାଜସ୍ୱ ନୀରିକ୍ଷକଙ୍କୁ ଚଉଷଠିପଡା ଠାରେ ଶିକ୍ଷକ ବସନ୍ତ ସ୍ୱାଇଁ ୧୦ହଜାର ଟଙ୍କା ଲାଂଚ ଦେଉଥିବା ବେଳେ କଟକ ଓ ଯାଜପୁର ଭିଜିଲାନ୍ସ ଟିମ ଚଢାଉ କରିଥିଲା । ସୁଶାନ୍ତ ସ୍ବାଇଁଙ୍କୁ ଧରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ। ସୁଶାନ୍ତଙ୍କ ବାସଭବନ ସୁକିନ୍ଦା ବ୍ଲକ ଜଗନ୍ନାଥ ସାହିରେ ମଧ୍ୟ ଚଢ଼ାଉ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    85 %
    3.3kmh
    90 %
    Sat
    24 °
    Sun
    30 °
    Mon
    29 °
    Tue
    27 °
    Wed
    30 °

    ସମ୍ବନ୍ଧିତ