Monday, October 19, 2026
21.6 C
Odisha

    ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ

    ଆଗକୁ ପଢନ୍ତୁ

    ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି।  ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ୨୯୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।  ଏଥିରେ କେବଳ ୯୦ ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି।  ଭୋଟ୍‌ ଗ୍ରହଣ ହେବାକୁ ଥିବା ୨୪ଟି ଆସନ ମଧ୍ୟରୁ ୮ଟି ଆସନ ଜମ୍ମୁ ଅଞ୍ଚଳର ୩ଟି ଜିଲ୍ଲାରେ ଥିବାବେଳେ ୧୬ଟି ଆସନ କଶ୍ମୀରର ୪ଟି ଜିଲ୍ଲାରେ ଅବସ୍ଥିତ।  ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୨୩,୨୭,୫୮୦  ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୧୧,୭୬,୪୬୨ ପୁରୁଷ ଥିବାବେଳେ ୧୧,୫୧,୦୫୮ ଜଣ ମହିଳା ଭୋଟର ଏବଂ ୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।

    ନିର୍ବାଚନ କମିସନ୍‌ ଭୋଟ୍‌ ଗ୍ରହଣ ପାଇଁ ୩୨୭୬  ବୁଥ୍‌ ବ୍ୟବସ୍ଥା କରିଛନ୍ତି। ମୋଟ୍‌ ୧୪ ହଜାର ନିର୍ବାଚନ କର୍ମଚାରୀ ଏହି ଭୋଟିଂ ବୁଥ୍‌ ଦାୟିତ୍ବରେ ଅଛନ୍ତି।  ସିପିଏମ୍‌ର ମହମ୍ମଦ ୟୁସୁଫ ତରିଗାମୀ, ଏଆଇସିସି ସାଧାରଣ ସମ୍ପାଦକ ଗୁଲାମ ଅହମଦ ମୀର, ଏନ୍‌ସିର ସକିନା ଇତୁ ଏବଂ ପିଡିପିର ସରତାଜ ମଦାନୀ ଏବଂ ଅବଦୁଲ ରେହମାନ ବୀରୀ ହେଉଛନ୍ତି ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ