Sunday, October 4, 2026
28.6 C
Odisha

    ୧୦ ବର୍ଷରେ ପିଏମଜେଡିୱାଇ: ଏତିକି ଆକାଉଣ୍ଟରେ ଅଛି ୨,୩୧,୨୩୬ କୋଟି ଟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୮ ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିୱାଇ)ର ସଫଳ ରୂପାୟନର ଆଜି ଏକ ଦଶନ୍ଧି ପୂରଣ ହୋଇଛି । ଏହି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ କହିଛନ୍ତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତୀକରଣ ହାସଲ ପାଇଁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ସେବାର ସାର୍ବଜନୀନ ଏବଂ ସୁଲଭ ଉପଲବ୍ଧତା ଜରୁରୀ। ଏହା ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କ ଆକାଉଣ୍ଟ, କ୍ଷୁଦ୍ର ସଞ୍ଚୟ ଯୋଜନା, ବୀମା ଓ ଋଣ ସମେତ ସାର୍ବଜନୀନ, ସୁଲଭ ଓ ଆନୁଷ୍ଠାନିକ ଆର୍ଥିକ ସେବା ପ୍ରଦାନ କରି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗତ ଦଶନ୍ଧି ମଧ୍ୟରେ ଦେଶର ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥିକ ଦୃଶ୍ୟରେ ପରିବର୍ତ୍ତନ ଆଣିଛି। ଜନଧନ ଆକାଉଣ୍ଟ ଖୋଲିବା ମାଧ୍ୟମରେ ୫୩ କୋଟି ଲୋକଙ୍କୁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଅଣାଯାଇଥିବାରୁ ଏହି ପଦକ୍ଷେପର ସଫଳତା ପ୍ରତିଫଳିତ ହେଉଛି। ଏସବୁ ବ୍ୟାଙ୍କ ଆକାଉଣ୍ଟରେ ୨.୩ ଲକ୍ଷ କୋଟି ଟଙ୍କାର ଜମା ରାଶି ମିଳିଛି ଏବଂ ୩୬ କୋଟିରୁ ଅଧିକ ମାଗଣା ରୁପେ କାର୍ଡ ଜାରି ହୋଇଛି, ଯେଉଁଥିରେ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ମଧ୍ୟ ରହିଛି । ଉଲ୍ଲେଖଯୋଗ୍ୟ, ଏଥିରେ ଖାତା ଖୋଲିବା ଶୁଳ୍କ କିମ୍ବା ରକ୍ଷଣାବେକ୍ଷଣ ଶୁଳ୍କ ନାହିଁ ଏବଂ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ ବୋଲି ସୀତାରମଣ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଏହା ଖୁସିର ବିଷୟ ଯେ ଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧ ସହରାଞ୍ଚଳରେ ୬୭% ଆକାଉଣ୍ଟ ଖୋଲାଯାଇଛି ଏବଂ ୫୫% ଖାତା ମହିଳାମାନେ ଖୋଲିଛନ୍ତି।
    ପିଏମଜେଡିୱାଇ ଆକାଉଣ୍ଟ ସଂଖ୍ୟା : ୫୩.୧୩ କୋଟି (୧୪ ଅଗଷ୍ଟ ୨୦୨୪ ସୁଦ୍ଧା)
    ୧୪ ଅଗଷ୍ଟ ୨୪ ସୁଦ୍ଧା ମୋଟ ପିଏମଜେଡିୱାଇ ଆକାଉଣ୍ଟ ସଂଖ୍ୟା: ୫୩.୧୩ କୋଟି; ୫୫.୬% (୨୯.୫୬ କୋଟି) ଜନଧନ ଖାତାଧାରୀ ମହିଳା ଏବଂ ୬୬.୬% (୩୫.୩୭ କୋଟି) ଜନଧନ ଖାତା ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ଅଛି।

    ପିଏମଜେଡିୱାଇ ଆକାଉଣ୍ଟ ଅଧୀନରେ ଜମା – ୨.୩୧ ଲକ୍ଷ କୋଟି (୧୪ ଅଗଷ୍ଟ ୨୦୨୪ସୁଦ୍ଧା)
    ପିଏମଜେଡିୱାଇ ଆକାଉଣ୍ଟ ଅଧୀନରେ ମୋଟ ୨,୩୧,୨୩୬ କୋଟି ଟଙ୍କା ଜମା ରହିଛି । ଅଗଷ୍ଟ ୨୦୧୫ରୁ ଅଗଷ୍ଟ ୨୦୨୪ ମଧ୍ୟରେ ଏକାଉଣ୍ଟ ସଂଖ୍ୟା ୩.୬ ଗୁଣ ବୃଦ୍ଧି ପାଇଥିବା ବେଳେ ଜମାରାଶି ପରିମାଣ ୧୫ ଗୁଣ ବଢ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ