Sunday, October 4, 2026
28.6 C
Odisha

    ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ହେବା ପରେ ଜୟ ଶାହଙ୍କୁ ମିଳିବ ଏସବୁ ସୁବିଧା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିସିସିଆଇ ସମ୍ପାଦକ ଜୟ ଶାହ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ଆଇସିସି ପରିଚାଳନା ପରିଷଦ ବୈଠକ ଥିଲା ବେଳେ ଜୟ ଅପ୍ରତିଦ୍ବନ୍ଦ୍ବୀ ରହିଥିଲେ। ଫଳରେ ସେ ପୂର୍ଣ୍ଣ ସମର୍ଥନ ପାଇ ଡିସେମ୍ବର ୧ ତାରିଖରୁ ପରବର୍ତ୍ତୀ ଅଧ୍ୟକ୍ଷ ପଦରେ ବସିବାକୁ ଯାଉଛନ୍ତି।

    ଏପରିକି ଆଇସିସିର ମୁଖ୍ୟ ପଦରେ ବସିବାରେ ଜୟ (୩୫ ବର୍ଷ) ସର୍ବକନିଷ୍ଠ ହୋଇଛନ୍ତି। ଏଥିପୂର୍ବରୁ ସେ ଆଇସିସିର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ସବ୍‌କମିଟିର ସଦସ୍ୟ ଥିଲେ। ପରବର୍ତ୍ତୀ ଅଧ୍ୟକ୍ଷ ପାଇଁ ନିର୍ବାଚିତ ହେବା ପରେ ଶ୍ରୀ ଶାହ ବିଶ୍ବ ସଂଗଠନର ମୁଖ୍ୟ ପଦରେ ରହିଥିବା ଅନ୍ୟ ଭାରତୀୟ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ୍‌. ଶ୍ରୀନିବାସନ ଓ ଶଶାଙ୍କ ମନୋହରଙ୍କ ସହିତ ସାମିଲ ହୋଇଛନ୍ତି।

    ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ହେବା ପରେ ଜୟ ଶାହଙ୍କୁ କେଉଁ ସବୁ ସୁବିଧା? ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି, ତେବେ ଏହା ପୂର୍ବରୁ ପ୍ରଥମେ ବିସିସିଆଇର ସଚିବ ଭାବେ ସେ କେତେ ଆୟ କରୁଥିଲେ ତାହା ଜାଣି ନିଅନ୍ତୁ। ସୂଚନା ମୁତାବକ, ବିସିସିଆଇର ଅଧ୍ୟକ୍ଷ, ସଚିବ, ଉପାଧ୍ୟକ୍ଷ ଏବଂ କୋଷାଧ୍ୟକ୍ଷ ପଦରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ଧାର୍ଯ୍ୟ ଦରମା ନଥାଏ। ବରଂ ସେମାନଙ୍କୁ ଭତ୍ତା ଦିଆଯାଏ। ଯଦି ସେମାନେ ବିସିସିଆଇର କିଛି କାମ ପାଇଁ ବିଦେଶ ଯାଆନ୍ତି, ତେବେ ସେମାନଙ୍କୁ ପ୍ରତିଦିନ ୮୨ହଜାର ଲେଖାଏ ଦିଆଯାଏ। ଯେତେବେଳେ ଅଧିକାରୀମାନେ ଯାତ୍ରା କରନ୍ତି, ବୋର୍ଡ ଯାତ୍ରା ସମୟରେ ସେମାନଙ୍କର ଆରାମ ଏବଂ ସୁବିଧାଗୁଡ଼ିକର ଯତ୍ନ ନିଏ । ବିମାନରେ ଯାତ୍ରା କରିବା ସମୟରେ ସେମାନଙ୍କୁ ସର୍ବଦା ପ୍ରଥମ ଶ୍ରେଣୀ ସୁବିଧା ଯୋଗାଇ ଦିଆଯାଏ । ଦେଶ ଭିତରେ କୌଣସି ବୈଠକ ପାଇଁ ଯାତ୍ରା କରିବାର ଥିଲେ ସେମାନଙ୍କୁ ପ୍ରତିଦିନ ୪୦ହଜାର ଲେଖାଏ ଦିଆଯାଏ। ରହିବା ଓ ଖାଇବା ଖର୍ଚ୍ଚ ମଧ୍ୟ ବୋର୍ଡ ଉଠାଏ ବୋଲି ଜଣାପଡ଼ିଛି।

    ସେହିଭଳି ଆଇସିସିର ଅଧ୍ୟକ୍ଷ, ସଚିବ, ଉପାଧ୍ୟକ୍ଷ ଏବଂ କୋଷାଧ୍ୟକ୍ଷଙ୍କୁ ଦରମା ଦିଆଯାଏନି। ସେମାନଙ୍କୁ ଭତ୍ତା ଆକାରରେ ସବୁ ସୁବିଧା ଯୋଗାଇ ଦିଆଯାଏ। ହେଲେ କେଉଁ କାମ ପାଇଁ ଆଇସିସି ଅଧିକାରୀମାନଙ୍କୁ କେତେ ଟଙ୍କା ଦିଏ ତାହା ସାମ୍ନାକୁ ଆସିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ