Friday, September 25, 2026
25.1 C
Odisha

    ରାଜ୍ୟର ୩୩ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରିରୁ ଅଧିକ, ଝାରସୁଗୁଡ଼ାରେ ୪୩.୮ ଡିଗ୍ରି ରେକର୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ଆଜି ସକାଳ ୮ଟାରୁ ଅପରାହ୍‌ଣ ୪ଟା ଯାଏଁ ପ୍ରବଳ ଖରା ଓ ତତଲା ପବନ ପ୍ରବାହିତ ହୋଇଛି। ରାଜ୍ୟର ୩୩ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ଏଥିରେ ଝାରସୁଗୁଡ଼ାର ତାପମାତ୍ରା ଶୀର୍ଷସ୍ତରକୁ ଛୁଇଁଛି। ୪୩.୮ ଡିଗ୍ରି ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି। ୨୨ଟି ସହରରେ ଦିନ ତାପମାତ୍ରା ୪୨ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କିଛିକିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ରୁ ୩ ଡ଼ିଗ୍ରି ବୃଦ୍ଧି ସହ ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ। ତଥା ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆଗାମୀ ୫ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକ ତୁଳନାରେ ୩ରୁ ୬ ଡ଼ିଗ୍ରି ଯାଏଁ ଅଧିକ ରହିବା ସହ ଗ୍ରୀଷ୍ମ ପ୍ରବାହରୁ ଭୀଷଣ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଲାଗିରହିବାର ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    93 %
    5kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ