Wednesday, August 19, 2026
28 C
Odisha

    ବିଜେପି ସରକାର ଉପରେ ଓଡିଶାବାସିଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି : ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୬/୦୮: ବିଜେପି ସରକାର ଉପରେ ଓଡିଶାବାସିଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ପୁଣି ଥରେ ଲୋକଙ୍କ ମନରେ ଗଣତାନ୍ତ୍ରୀକ ବ୍ୟବସ୍ଥା ପ୍ରତି ବିଶ୍ୱାସ ସୁଦୃଢ ହୋଇଛି । ନିର୍ବାଚନ ପ୍ରତିଶୃତିକୁ ପୁରଣ କରିବା ଆରମ୍ଭ କରିଦିଆଯାଇଛି । ବିକଶିତ ଭାରତ ଗଠନରେ ଓଡିଶାର ଭୁମିକା ଗୁରୁତ୍ୱ ବହନ କରିବ । ବିଜେପିର ନୂଆ ସରକାରକୁ ନେଇ ଓଙ୍ଗିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ରାୟଗଡା ଜିଲ୍ଲା ବିଜେଡିର ବରିଷ୍ଠ ସଂଗଠକ ଶ୍ରୀ ୟାଲା ଭେଙ୍କେଟେଶ୍ୱର ରାଓ ଓ ଭୁବନେଶ୍ୱର ମହାନିଗର ନିଗମର କର୍ପୋରେଟର୍ ତଥା ବିଜେଡି ନେତ୍ରୀ ଶ୍ରମତୀ ବନ୍ଦିତା ପାଲ ନିଜ ଜସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।
    ଶ୍ରୀ ରାଓଙ୍କ ନେତୃତ୍ୱରେ ଆଦିବାସୀ ସମାଜ ସଭାପତି ଓ ଲ୍ୟାମ୍ପ ସଭାପତି ଚକ୍ରଧର ବିଡିକା, ଡମ୍ବ ସମାଜ ସଭାପତି ତଥା ଟ୍ରକ୍ ୟୁନିଅନ୍ ସଭାପତି ଧନିରାମ ନାଏକ, ଡମ୍ବ ସମାଜ ପୂର୍ବତନ ସଭାପତି ନରେନ୍ଦ୍ର ନାଏକ, ବାର୍ ଆସୋସିଏସନ୍ ପୂର୍ବତନ ସଭାପତି ବିରଜା ପ୍ରସାଦ ପାତ୍ର, ବରିଷ୍ଠ ବିଜେଡି ନେତା କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଯୁବ ନେତା ଡି. ପୃଥ୍ୱୀରାଜ, ଏମ୍‌. ନିର୍ମଳ ରାଓ, ବି. ରଘୁରାମ, ଗୋପାଳ ଖୁରା, ମୀନାରାଓ ହିମିରିକା, କମଳ ସାଉଂଟା, କେ. ଶ୍ରିନିବାସ ରାଓ, ବରିଷ୍ଠ ଆଇନଜିବୀ ପ୍ରତିଭାଦା ଶ୍ରିନିବାସ, ବିଜୟଲକ୍ଷ୍ମୀ କୋଲକା, ରାଲି ରବି କେଶଭ୍ ପ୍ରମୁଖଙ୍କ ସମେତ ଜିଲ୍ଲାର ଅନେକ ବିଜେଡି ନେତା ଓ ନିର୍ବାଚିତ ଜନପ୍ରତିନିଧି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
    ସେହିପରି ଶ୍ରୀମତି ପାଲ୍ ନେତୃତ୍ୱରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଅର୍ଜୁନ ବେହେରା, ବିଜୁ ଯୁବ ଛାତ୍ର ଜନତାଦଳ ଉପସଭାପତି ପ୍ରଭୁଦତ ସାମଲ, ବିଜୁ ଯୁବ ଛାତ୍ର ଜନତାଦଳ ରାଜ୍ୟ ସାଧାରଣ ସମ୍ପାଦକ ରାକେଶ ମହାନ୍ତି, ଅବସରପ୍ରାପ୍ତ ପ୍ରଫେସର ରାଜକିଶୋର ମହାନ୍ତି, ୱାର୍ଡ ନଂ ୪୧ର ପୂର୍ବତନ କର୍ପୋରେଟର୍ ଗୁରୁ ଚରଣ ସାହୁ, ଏସ କେ ମୁକ୍ତାର, କେ. ରାମ ରେଡ୍ଡୀ, ସୁରଜ କୁମାର ନାଟକ, ନିହାର ରଞ୍ଜନ ରାୟ ମହାପାତ୍ର, ସତ୍ୟବାଦୀ ମହାରଣା, ଅକ୍ଷୟ କୁମାର ମହାନ୍ତି, ଉମାକାନ୍ତ ବେହେରା, ରଞ୍ଜିତ୍ ଦାସ, ଗ୍ୟାନରଞ୍ଜନ ବେହେରା, ଦୟାନିଧି ସ୍ୱାଇଁ, ପ୍ରଫୁଲ ପାତ୍ର, ପବିତ୍ର ବେହେରା, କୃପାସିନ୍ଧୁ ବେହେରା, ରଞ୍ଜିତ୍ କୁମାର ସାହୁ, ଦିବ୍ୟ ଲୋଚନ ନାୟକ, କୁନାଲ୍ ଜେନା, ସୁଜାତା ସାହୁ, ଲକ୍ଷ୍ମୀପ୍ରୀୟା ମିଶ୍ର, ସ୍ନେହଲତା ରାଉତ, ଶାନ୍ତି ବେହେରା, ଅଞ୍ଜନା ରାଜ, ମୀନତି ପଟ୍ଟନାୟକ, ସସ୍ମିତା ସାବତ, ବିଷ୍ଣୁ ବେହେରା, ବିଶ୍ୱରଞ୍ଜନ ମିଶ୍ର, ପ୍ରଦୀପ ଦାସ, ଅର୍ନ୍ତୟାମୀ ମହାରଣା, ବିଜୟ ଚନ୍ଦ୍ର ରାଉତ, ମନୋଜ କୁମାର ଓଝା, ମଞ୍ଜୁଲତା ଦାସ, ଗୀତା ଭୋଇ, ବାସନ୍ତି ବେହେରା, ମୌସୁମୀ ସେନାପତି, ନିରୁପମା ସେନାପତି, ସୁଭଦ୍ରା ବେହେରା, ପ୍ରଭାତୀ ସାହୁ, ସସ୍ମିତା ଭୂୟାଁ, ଗୀତାଞ୍ଜଳି ଗୁରୁ, ରୁକ୍ମଣୀ ବେହେରା, ରାଜଶ୍ରୀ ମହାନ୍ତି, ବିନୋଦିନୀ ବେହେରା, ସବିତା ଦାସ, ସୁମା ଚକ୍ରବତୀ, ମଇନା ମହାନ୍ତି, ମାନସ ସାହାଣୀ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
    ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଂଜନ ମିଶ୍ର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    82 %
    3.8kmh
    60 %
    Wed
    28 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ