Monday, July 6, 2026
24.1 C
Odisha

    ପଶ୍ଚିମବଙ୍ଗ ଆଉ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ : ଡ.ଗୁରୁ ପ୍ରକାଶ ପାଶୱାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୬/୦୮: ପଶ୍ଚିମବଙ୍ଗ ଆଉ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ । ଏଠାରେ ବର୍ବରତାର ସବୁ ସୀମା ଟପିଯାଇଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତାଲିବାନୀ ଶାସନ ଚଲାଇଛନ୍ତି । ଶ୍ରୀମତି ବାନାର୍ଜୀ ଏତେ ନିର୍ଦ୍ଦୟୀ ହୋଇଯାଇଛନ୍ତି ଯେ, ନିଜେ ଜଣେ ମହିଳା ହୋଇ ମଧ୍ୟ ଦୁଷ୍କର୍ମକାରୀଙ୍କୁ ବଂଚେଇବା ପାଇଁ ମା’ ଭଉଣୀମାନଙ୍କ ସମ୍ମାନକୁ ବଳି ପକାଇଦେଇଛନ୍ତି । କୋଲକତାସ୍ଥିତ ଆର.ଜି କର ମେଡିକାଲ କଲେଜ ଓ ସରକାରୀ ହସ୍ପିଟାଲରେ ଅଗଷ୍ଟ ୯ ତାରିଖରେ ଜଣେ ୩୧ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କୁ ସେମିନାର ହଲ୍‌ରେ ଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରାଯାଇଥିଲା, ଏହି ଘଟଣା ସାରାଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣା ପଶ୍ଚିମବଙ୍ଗରେ ସୀମିତ ହୋଇ ରହିନାହିଁ ବରଂ ସାରା ଦେଶରେ ଆନ୍ଦୋଳନର ରୂପ ନେଇଛି ବୋଲି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ଗୁରୁପ୍ରକାଶ ପାଶୱାନ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
    ଶ୍ରୀ ପାଶୱାନ କହିଛନ୍ତି, ଗତ ଅଗଷ୍ଟ ୯ ତାରିଖରେ ଘଟଣା ଘଟିବା ସତ୍ୱେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଘଂଟ ଘୋଡାଉଛନ୍ତି । କାରଣ ଏହି ଘଟଣା ଘଟାଇଥିବା ଗୁଣ୍ଡାମାନଙ୍କ ଲିଙ୍କ୍ ତ୍ରୁଣମୂଳ କଂଗ୍ରେସ ସହ ରହିଛି । ଏନେଇ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ଦେଇ ସେ ପଢ଼ୁଥିବା କଲେଜର ଅଧ୍ୟକ୍ଷଙ୍କୁ ତୁରନ୍ତ ଅନ୍ୟ କଲେଜକୁ ବଦଳି କରିଦେଇଛନ୍ତି । କଲେଜ ଅଧ୍ୟକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କାହିଁକି ଘଂଟ ଘୋଡ଼ାଇବାକୁ ଉଦ୍ୟମ କରାଯାଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଏମିତି ଅନେକ ଦୁଷ୍କର୍ମ ମାମଲାରେ ତ୍ରୁଣମୂଳ କଂଗ୍ରେସ ଘଟଣାକୁ ଚାପି ଦେବାକୁ ଉଦ୍ୟମ ନଜୀର ରହିଛି । ୨୦୧୨ ଜୁଲାଇ ୨୫ ତାରିଖର ସନ୍ତରାଗାଚ୍ଛୀଠାରେ ଶ୍ରମିକାଙ୍କୁ ଦୁଷ୍କର୍ମ ଘଟଣା, ୨୦୧୩ କାମଦୁନୀ ସାମୂହିକ ଦୁଷ୍କର୍ମ ମାମଲା, ୨୦୧୪ ବୀରଭୁମି ସାମୂହିକ ଦୁଷ୍କର୍ମ ମାମଲା, ୨୦୨୦ ବିଜେପି ସମର୍ଥକ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ମାମଲା, ୨୦୨୨ ହଂସଖେଳି ଦୁଷ୍କର୍ମ ମାମଲା ହେଉ ଅବା ୨୦୨୪ ସଂନ୍ଦେସଖେଳି ହିସାଂକାଣ୍ଡ ଏଭଳି ଅନେକ ଘଟଣା ଘଟିଥିଲେ ବି ଟିଏମ୍‌ସି ସରକାର ଚୁପ୍ ରହିଛି । ଶ୍ରୀମତି ବାନାର୍ଜୀଙ୍କ ସରକାର ଥରେ ନିର୍ବାଚନ ରାଲିରେ “ଖେଲା ହେବେ” ବୋଲି କହିଥିଲେ । ମାତ୍ର ଏବେ ତାଙ୍କ ସରକାରରେ କିଭଳି ଭାବେ ହିଂସା ଓ ଦୁଷ୍କର୍ମ ଭଳି ଘୃଣ୍ୟ ଖେଳ ଖେଳୁଛି, ତାହାକୁ ସାରା ଦେଶ ଦେଖୁଛି । ଏଠାରେ ହିଂସାର ତାଣ୍ଡବ ଚାଲିଛି । ଏଭଳି ଅପରାଧ ଘଟାଇଥିବା ଅପରାଧିମାନଙ୍କୁ ତ୍ରୁଣମୂଳ କଂଗ୍ରେସ ସୁରକ୍ଷା ଦେଉଛି । ଏଠାରେ ନ୍ୟାୟିକ ପ୍ରକ୍ରିୟା ଧ୍ୱଂସ ହୋଇଯାଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହତ୍ୟା କରାଯାଇଛି । ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି କରୁଥିବା ଡାକ୍ତରମାନଙ୍କ ସ୍ୱରକୁ ଦବାଇ ଦେବାକୁ ଅପଚେଷ୍ଟା କରାଯାଉଛି । ବିଜେପି ଏହାକୁ ବିରୋଧ କରିବା ସହ ପୀଡ଼ିତାଙ୍କ ପରିବାର ସହ ରହିଛି ବୋଲି ଡ.ପାଶ୍ୱବାନ କହିଛନ୍ତି ।
    କଲିକତା ହାଇକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରି ମମତା ସରକାରଙ୍କୁ କଡ଼ା ନିନ୍ଦା କରିବା ସହ ଏହି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ତ୍ରୁଣମୂଳ ସରକାର ଅବା ସେଠାକାର ପୋଲିସ ଦ୍ୱାରା ହୋଇପାରିବନି ବୋଲି କହିବା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏପରି ଏକ ସମ୍ବେଦନଶୀଳ ଘଟଣାର ପ୍ରମାଣକୁ ନଷ୍ଟ କରିବା ପାଇଁ ଅପଚେଷ୍ଟା କରାଯାଇଛି ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ଜାଣିଶୁଣି ବିଳମ୍ବ କରାଯିବା ସହ ଏପରିକି ପୀଡ଼ିତାଙ୍କ ମୃତଦେହ ପାଖକୁ ମଧ୍ୟ ଆବଶ୍ୟକ ସମୟରେ ପରିବାର ଲୋକଙ୍କୁ ଛଡ଼ାଯାଇ ନ ଥିଲା ବୋଲି ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ପଶ୍ଚିମବଙ୍ଗ ଜନସାଧାରଣ ସହ ବିଜେପି ଆଜି ରାଜରାସ୍ତାକୁ ଓହ୍ଲାଇଛି । ଯେକୌଣସି ପରିସ୍ଥିତିରେ ପୀଡ଼ିତାଙ୍କୁ ନ୍ୟାୟ ଦେବାପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ, ଭବିଷ୍ୟତରେ ଦେଶର କୌଣସି ମା’ ଭଉଣୀଙ୍କ ସହ ଏଭଳି ଘଟଣା ନ ଘଟିବା ପାଇଁ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପାଶୱାନ କହିଛନ୍ତି । ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ପ୍ରିୟଙ୍କା ଭଦ୍ରା ଗାନ୍ଧୀ, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ଲାଲୁ ଯାଦବ, ହେମନ୍ତ ସୋରେନ୍ ପର୍ଯର୍୍ୟନ୍ତ କେହି ଏହି ଘଟଣାରେ ମୁହଁ ଖୋଲୁନାହାନ୍ତି । ସେମାନଙ୍କ ଆଖିରୁ ଲୁହ ଶୁଖିଯାଇଛି । ସେମାନଙ୍କ ଅନ୍ତରଆତ୍ମା ମରିଯାଇଛି । କାରଣ ସେମାନେ ମମତା ବାନାର୍ଜୀଙ୍କ ସହ ଗଠବନ୍ଧନ କରିଛନ୍ତି । ମାତ୍ର ବିଜେପି ଚୁପ୍ ବସିବ ନାହିଁ । ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଓଡ଼ିଶାଠାରୁ ଆରମ୍ଭ କରି ସାରାଦେଶରେ ଆନ୍ଦୋଳନ କରିବ ବୋଲି ଶ୍ରୀ ପାଶୱାନ କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    91 %
    5.8kmh
    100 %
    Sun
    24 °
    Mon
    26 °
    Tue
    28 °
    Wed
    31 °
    Thu
    31 °

    ସମ୍ବନ୍ଧିତ