Saturday, July 27, 2024
24.6 C
Odisha

    ଓଡିଶାରେ ଇଭି କାରଖାନା କରିବ ଜେଏସଡବ୍ଲୁ । ସ୍ୱାକ୍ଷର ହେଲା ବୁଝାମଣାପତ୍ର, ୪୦ ହଜାର କୋଟିର ହେବ ପୁଞ୍ଜି ନିବେଶ

    ଆଗକୁ ପଢନ୍ତୁ

    ଓଡ଼ିଶାରେ ବିଦ୍ୟୁତ୍ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରିବ ଜେଏସଡବ୍ଲ୍ୟୁ । ଏଥିପାଇଁ ଓଡ଼ିଶା ସରକାର ଏବଂ ଜେଏସଡବ୍ଲ୍ୟୁ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।ଓଡ଼ିଶାରେ ପ୍ରଥମ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରାଯିବ । ଏଥିପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଇଭି କାରଖାନା ହେଲେ ୧୧ ହଜାର ଯୁବପିଢିଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ । ଆନୁସଙ୍ଗିକ ଶିଳ୍ପ ଉଦ୍ୟୋଗ ମାନଙ୍କ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପାୟନ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସବୁ ନୂତନ ଶିଳ୍ପ ହେବା ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ ଏବଂ ରାଜ୍ୟ ବିଶ୍ୱ ମାନଚିତ୍ରରେ ଏକ ଶିଳ୍ପ ଶକ୍ତି ଭାବେ ଗଢି ଉଠିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ