Monday, October 5, 2026
24.7 C
Odisha

    ୨୦୨୪ ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବାକୁ ଯାଉଛି ନାଗରିକ ସଂଶୋଧନ ଅଧିନିୟମ

    ଆଗକୁ ପଢନ୍ତୁ

    କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଦାବି କରିଛନ୍ତି କି, ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୭୦ ଆସନରେ ବିଜୟୀ ହେବ । ଏହାସହ ଏନଡିଏକୁ ମୋଟ ୪୦୦ ରୁ ଅଧିକ ଆସନ ମିଳିବ । ତୃତୀୟ ଥର ପାଇଁ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବ ।ସେପଟେ ନାଗରିକ ସଂଶୋଧନ ଅଧିନିୟମ ବା ସିଏଏକୁ ନେଇ ଅମିତ୍ ଶାହା କହିଛନ୍ତି କି, ଏହି ଆଇନ ୨୦୧୯ ରୁ ପ୍ରସ୍ତୁତ ହୋଇ ରହିଛି ଓ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ଦେଶରେ ଲାଗୁ ହେବାକୁ ଯାଉଛି । ଏହାସହ ସିଏଏକୁ ନେଇ ବିରୋଧୀଦଳ ଦେଶର ମୁସଲିମ୍ ସଂପ୍ରଦାୟକୁ ଭୂଲ ତଥ୍ୟ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସିଏଏ ମାଧ୍ୟମରେ ସରକାର ସେହି ଲୋକମାନଙ୍କୁ ନାଗରିକତା ଦେବାକୁ ଚାହୁଁଛନ୍ତି ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ସହିବା ପରେ ଭାରତର ଶରଣ ନେଇଛନ୍ତି । ଏହା କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି ।ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ନେଇ ମଧ୍ୟ ଗୃହମନ୍ତ୍ରୀ ମତ ରଖିଛନ୍ତି । ସେ କହିଛନ୍ତି କି, ଯେଉଁ ନେହେରୁ ଓ ଗାନ୍ଧୀ ପରିବାର ପାଇଁ ୧୯୪୭ ମସିହାରେ ଦେଶ ବିଭାଜନ ହୋଇଗଲା ସେହି ପରିବାରର କାହାରି ଭାରତ ଯୋଡ ଯାତ୍ରା କରିବାର ଅଧିକାର ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ