Tuesday, September 29, 2026
24.9 C
Odisha

    ବିଚାରପତି ସମ୍ବିଧାନର ସେବକ; ଦେବତା ନୁହନ୍ତି’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିାଚରପତିମାନେ ସାମ୍ବିଧାନିକ ବ୍ୟବସ୍ଥାର ସେବକ, କୌଣସି ଦେବତା କିମ୍ବା ଭଗବାନ ନୁହନ୍ତି ବୋଲି ପ୍ରଧାନବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। କୋଲକାତା ଠାରେ ଶନିବାର ହାଇକୋର୍ଟ ଏବଂ ପଶ୍ଚିମବଙ୍ଗ ନ୍ୟାୟିକ ଏକାଡେମୀର କ୍ଷେତ୍ରୀୟ ସମ୍ମିଳନୀର ଉଦ୍‌ଘାଟନ ଅବସରରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିଥିଲା ବେଳେ ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶର ନ୍ୟାୟପାଳିକା ବ୍ୟବସ୍ଥା ରାଜନୀତି ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ। ଏହା ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ, ସ୍ବଚ୍ଛ ଏବଂ ପବିତ୍ର ହେବା ଦରକାର। କାରଣ ଗଣତନ୍ତ୍ର ଏବଂ ସମ୍ବିଧାନର ରକ୍ଷା ସୂରୂପ ଏହାକୁ ମନ୍ଦିର ଭାବେ ଲୋକ ପୂଜା କରିଥାଆନ୍ତି। ଏହା ମନ୍ଦିର, ଗୁରୁଦ୍ବାର,ଗୀର୍ଜା ଏବଂ ମସଜିଦ ଭଳି
    କିନ୍ତୁ ମମତାଙ୍କ ଏହି ମନ୍ତବ୍ୟ ଶୁଣିବା ପରେ ପ୍ରଧାନବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଥିଲେ ଯେ, ନ୍ୟାୟପାଳିକାକୁ ମନ୍ଦିର ସହ ତୁଳନା କରାଯିବା ବେଳେ ମୁଁ ଚୁପ୍‌ ରୁହେ। ଯଦି ନ୍ୟାୟପାଳିକାକୁ ଆମେ ମନ୍ଦିର ଭାବେ ବିବେଚନା କରିବା ତେବେ ବିଚାରପତିମାନଙ୍କୁ ମଧ୍ୟ ଦେବତା ଭାବେ ଗ୍ରହଣ କରିବାକୁ ପଡ଼ିବ। କିନ୍ତୁ ଆମେ କୌଣସି ଦେବତା ନୁହେଁ, ବରଂ ସମ୍ବିଧାନର ସେବକ ବୋଲି ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ