Sunday, October 4, 2026
30.6 C
Odisha

    ଉତ୍ତର କୋରିଆର ଅଜବ ନିୟମ; ମାସକୁ ୧୦ କେଜି ମଳ ଦିଅ, ନହେଲେ ଲାଗିବ ଜରିମାନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତର କୋରିଆରୁ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାକାର ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ ଲୋକଙ୍କୁ ପ୍ରତି ମାସରେ ଅତିକମରେ ୧୦ କେଜି ଶୁଖିଲା ମଳ (ମଣିଷର) ଜମାକରି ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ନ ମାନିଲେ ୫୦୦ ଟଙ୍କା ଜରିମାନା (୫ ହଜାର ୱାନ) ଲଗାଯିବ। ଉ. କୋରିଆ ଦେଶର ସୀମାରେ ମଳ ଭର୍ତ୍ତି ବେଲୁନ ପକାଉଥିବା ନେଇ ଦକ୍ଷିଣ କୋରିଆ ଅଭିଯୋଗ କରିବାର ପ୍ରାୟ ମାସେ ପରେ କିମ୍‌ଙ୍କ ଏହି ଆଦେଶ ଆସିଛି। ସେ ଆଗକୁ ଆହୁରି ଏଭଳି କାରସାଦି କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହାକୁ ନେଇ ଉ. କୋରିଆ ସରକାରୀ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଜୈବକ ଖତ ପ୍ରସ୍ତୁତ ପାଇଁ ଲୋକଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନିକଟସ୍ଥ ସାର କେନ୍ଦ୍ରରେ ଜମା କରିବାକୁ ପଡିବ। ଏଥିପାଇଁ ଏକ ପ୍ରମାଣପତ୍ର ଦିଆଯିବ। ପରେ ଘରକୁ ଘର ଯାଇ ପ୍ରମାଣପତ୍ର ଯାଞ୍ଚ କରାଯିବ। ଏହା ଉତ୍ତର କୋରିଆ ଲୋକଙ୍କ ପାଇଁ ନୂଆ କଥା ନୁହେଁ ବୋଲି କୁହାଯାଇଛି। ମାତ୍ର ଲୋକେ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ