Saturday, April 11, 2026
24 C
Odisha

    କେ.ସଂଜୟ ମୂର୍ତ୍ତି ଭାରତର ନୂଆ ସିଏଜି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ ଅଧିକାରୀ ସଚିବ କେ.ସଂଜୟ ମୂର୍ତ୍ତି ଭାରତର ନୂଆ ମହାଲେଖା ପରୀକ୍ଷକ ଓ ନିୟନ୍ତ୍ରକ ବା ସିଏଜି ନିଯୁକ୍ତ ହୋଇଛନ୍ତି । ମୂର୍ତ୍ତି ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ ଅଛନ୍ତି। କେ.ସଞ୍ଜୟ ମୂର୍ତ୍ତି ହେଉଛନ୍ତି ୧୯୮୯ ବ୍ୟାଚ୍ ର ଆଇଏଏସ୍ ଅଫିସର। ମୂର୍ତ୍ତି ବର୍ତ୍ତମାନର ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେବେ। କେନ୍ଦ୍ର ସରକାର ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦେଇଛନ୍ତି। କେ.ସଞ୍ଜୟ ମୂର୍ତ୍ତି ହେଉଛନ୍ତି ଆନ୍ଧ୍ରପ୍ରଦେଶ କ୍ୟାଡରର ୧୯୮୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ଶିକ୍ଷା ମନ୍ତ୍ରଣାଳୟରେ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହି ଭୂମିକାରେ ମୂର୍ତ୍ତି ଉଚ୍ଚଶିକ୍ଷା ସମ୍ବନ୍ଧୀୟ ନୀତିର ତଦାରଖ କରିଥିଲେ। ସାରା ଦେଶରେ ଶିକ୍ଷାର ବିକାଶ ପାଇଁ ସରକାରୀ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ତାଙ୍କର ଦାୟିତ୍ୱ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ