Monday, October 5, 2026
24.7 C
Odisha

    ଶରୀରର ବହୁତ ଉପକାରୀ କଳା ଜିରା, ପଢ଼ନ୍ତୁ କେମିତି କରିବେ ବ୍ୟବହାର

    ଆଗକୁ ପଢନ୍ତୁ

    ସବୁ ବର୍ଗର ଲୋକ ସୁସ୍ଥ ଏବଂ ଫିଟ ରହିବାକୁ ଚେଷ୍ଟା କରୁଛନ୍ତି। ଏଥିଲାଗି ପ୍ରତିଦିନ ଯୋଗ, ବ୍ୟାୟାମ, ଏକ୍ସରସାଇଜ, ପ୍ରାତଃ ଭ୍ରମଣ ଆଦି କରିଥାନ୍ତି। ତେବେ ବହୁ ଲୋକ ବ୍ୟସ୍ତ ଜୀବନଶୈଳୀରୁ ଟାଇମ୍ ବାହାର କରି ଜିମ୍ ଯିବାକୁ ସମୟ ପାଇ ନ ଥାନ୍ତି। ଆଜି ଆମେ ଆପଣଙ୍କ ଆପଣଙ୍କ ରୋଷେଇ ଘରେ ଥିବା ଏକ ଜିନିଷ ବ୍ୟବହାର କରି କିପରି ଫିଟ୍ ରହିବେ ସେ ବିଷୟରେ କହିବୁ। ଆପଣଙ୍କ ରୋଷେଇ ଘରେ ଖାଦ୍ୟରେ କଳା ଜିରା ବ୍ୟବହାର କରୁଥିବେ। ଆପଣ କ’ଣ ଜାଣିଛନ୍ତି କି, ଏହି କଳା ଜିରା ମଧ୍ୟ ଅନେକ ସମସ୍ୟାକୁ ଭଲ କରିଥାଏ। ଜାଣି ରଖନ୍ତୁ ଏହି ଛୋଟ କଳା ଜିରାର ବଡ଼ ଫାଇଦା ବିଷୟରେ।

    ମୁଣ୍ଡ ବିନ୍ଧା ଏବଂ ଦାନ୍ତ ବିନ୍ଧାରୁ ଉପସମ ଦିଏ: ଆପଣ ଦିନସାରା କାମ କରି ଥକି ଯିବା ଫଳରେ ଯଦି ମୁଣ୍ଡ ବିନ୍ଧା ହେଉଛି । ତାହାଲେ ଆପଣ କଳା ଜିରାର ତେଲ ମୁଣ୍ଡରେ ଲଗାନ୍ତୁ। ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଆରାମ ଦେବ। ସେହିପରି ଆପଣଙ୍କର ଯଦି ଦାନ୍ତ ବିନ୍ଧା ହେଉଛି ତାହାଲେ ମଧ୍ୟ ଆପଣ କଳା ଜିରାକୁ ବ୍ୟବହାର କରି ଏଥିରୁ ମୁକ୍ତି ପାଇ ପାରିବେ। ଆପଣ ଗରମ ପାଣିରେ କଳା ଜିରା ତେଲର କିଛି ବୁନ୍ଦା ପକାଇ ସେହି ପାଣିକୁ କୁଳି କରନ୍ତୁ। ଏହା ଆପଣଙ୍କୁ ଦାନ୍ତ ସମସ୍ୟାରୁ ଆରାମ ଦେବ। ପେଟ ପାଇଁ କଳା ଜିରା: କଳା ଜିରା ଆମର ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ। ଡାଇରିଆ, ଏସିଡିଟି, ପେଟ ଦରଜ, ପେଟ କାଟିବା ଇତ୍ୟାଦି ସମସ୍ୟା ହେଲେ କଳା ଜିରା ଖାଆନ୍ତୁ। ତେବେ କବଜ ଭଳି ସମସ୍ୟା ଥିଲେ କଳା ଜିରା ଆପଣଙ୍କୁ ଏଥିରୁ ଆରାମ ଦେବ।

    ସଂକ୍ରମଣ ହେବାକୁ ଦିଏନାହିଁ: ଯଦି ଆପଣଙ୍କ ଦେହର କୌଣସି ସ୍ଥାନରେ ଘା କିମ୍ବା ଖଣ୍ଡିଆ ହୋଇଛି ତାହାଲେ ଆପଣ କଳା ଜିରାର ପାଉଡର ଲେପ ଳଗାନ୍ତୁ। ଏହା ଶରୀରରେ ସଂକ୍ରମଣ ହେବାକୁ ଦେବ ନାହିଁ। ଏହା ମଧ୍ୟ ଖଣ୍ଡିଆକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରିବ। ଏଥିରେ ଥିବା ଆଣ୍ଡି ବ୍ୟାକ୍ଟେରିଆ ଗୁଣ ଯୋଗୁ ଏହା ସଂକ୍ରମଣ ହେବାକୁ ଦିଏ ନାହିଁ।

    ଓଜନ କମାଇଥାଏ: ଆପଣ ରୋଷେଇରେ କଳା ଜିରା ବ୍ୟବହାର କରନ୍ତୁ। ଏହା ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିବା ସହ ଖାଦ୍ୟକୁ ହଜମ ମଧ୍ୟ କରାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ