Sunday, October 4, 2026
28.6 C
Odisha

    ଗୋଟେ ଘରେ ରହି ବି ପରସ୍ପରର ମୁହଁ ଦେଖୁନୁ ! ସୈଫଙ୍କୁ ନେଇ କାହିଁକି ଏଭଳି କହିଲେ କରୀନା

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍, ଅଭିନେତା ସୈଫ ଅଲି ଖାନଙ୍କୁ ୨୦୧୨ରେ ବିବାହ କରିଥିଲେ। ବିବାହ ପରେ ୨ଟି ସନ୍ତାନର ମା’ ହେବା ସହ କରୀନା କପୁର ଏବେ ସୈଫଙ୍କ ସହ ନିଜ ସୁଖୀ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି। ଅନେକ ସମୟରେ କରୀନା ନିଜ ସ୍ୱାମୀ ଏବଂ ପିଲାମାନଙ୍କ ସହିତ ଇନଷ୍ଟାଗ୍ରାମରେ ତାଙ୍କ ଛୁଟିଦିନର ଫଟୋଗୁଡ଼ିକ ସେୟାର କରିଥାନ୍ତି, ଯାହାକୁ ଦେଖିଲେ ଲାଗେ ଦୁହେଁ ପରସ୍ପରକୁ ବହୁତ ସମୟ ଦେଉଛନ୍ତି। ହେଲେ ପ୍ରକୃତରେ ସତ କିଛି ଅଲଗା।

    ଗୋଟାଏ ଘରେ ରହି ମଧ୍ୟ ସୈଫ୍-କରୀନା ପରସ୍ପରକୁ ଭେଟି ପାରନ୍ତିି ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ। କରୀନା କପୁର ଏବଂ ସୈଫ ଅଲି ଖାନ ଚଳିତ ବର୍ଷ ସେମାନଙ୍କର ଦ୍ବାଦଶ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି। ଏ ମଧ୍ୟରେ କରିନା ‘ଦି ଉଇକ’କୁ ଦେଇଥିବା ଏକ ସାକ୍ଷାତକାରରେ ଜଣେ ଅଭିନେତାଙ୍କୁ ବିବାହ କରିବାରେ ଅସୁବିଧା କ’ଣ ତାହା ଖୋଲାଖୋଲି ଭାବରେ କହିଛନ୍ତି। ସେ କହିଛନ୍ତି ଯେ, “ସୈଫ୍ ସୁଟିଂ ସାରି ଭୋର ୪ଟା ୩୦ରେ ଆସି ଶୋଇପଡ଼ିଥିବା ବେଳେ ମୋତେ ସୁଟିଂକୁ ବାହାରିବାକୁ ପଡ଼େ। ସେ ଉଠିବା ପରେ ସଙ୍ଗେ ସଙ୍ଗେ ସେ ସୁଟିଂ ସେଟକୁ ଚାଲିଯାଆନ୍ତି ଏବଂ ମୁଁ ଘରକୁ ଫେରେ। ଅନେକ ସମୟରେ ଗୋଟିଏ ଘରେ ରହିବା ସତ୍ତ୍ବେ ବି ଆମେ ପରସ୍ପରକୁ ଭେଟିପାରୁ ନାହୁଁ। ଏଭଳି ସ୍ଥିତିରେ ପରସ୍ପର ପାଇଁ ସମୟ କାଢ଼ିବା ଆମ ପାଇଁ କଷ୍ଟସାଧ୍ୟ ହୋଇପଡେ। ଘରେ ଦୁଇଜଣ କଳାକାର ଥିଲେ ଏହା ହିଁ ଘଟେ। ତେଣୁ ଆମେ ମାସ ଆରମ୍ଭରୁ ପୂରା ଯୋଜନା କରୁ। କେଉଁଦିନ ସୁଟିଂ ଅଛି ଏବଂ କେଉଁଦିନ ନାହିଁ, ସେହି ହିସାବରେ ଆମେ ବୁଲାବୁଲି ପାଇଁ ଯୋଜନା କରୁ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ