Wednesday, October 7, 2026
22.1 C
Odisha

    ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପରିଡାଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଶିଷ୍ଟ କବି ଆଶୁତୋଷ ପରିଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ।  କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପରିଡାଙ୍କୁ ମିଳିବ ସମ୍ମାନ । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୪ ଟି ଭାରତୀୟ ଭାଷା ପାଇଁ ପୁରସ୍କାର ଘୋଷିତ ହୋଇଛି ।  କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପାଇବେ ପୁରସ୍କାର। ଆସନ୍ତା ମାର୍ଚ୍ଚ ୧୨ରେ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ ହେବେ ଆଶୁତୋଷ ପରିଡ଼ା । ଆସନ୍ତା ମାର୍ଚ୍ଚ ୧୧ ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ସାହିତ୍ୟ ଉତ୍ସବ ନୂଆଦିଲ୍ଲୀ ଠାରେ ପାଳନ କରାଯିବ । ଆଶୁତୋଷଙ୍କ ବୟସ ୭୮ ବର୍ଷ ଏବଂ ସେ ରିଜିଓନାଲ୍ ରିସର୍ଚ୍ଚ ଲାବୋରେଟରୀର ଜଣେ ବୈଜ୍ଞାନିକ ପଦରେ ଥାଇ ୨୦୦୫ ମସିହାରେ ଅବସର ଗ୍ରହଣ କରିଥିଲେ। ଏଯାବତ୍ ତାଙ୍କର ଏଗାର ଗୋଟି କବିତା ସଂକଳନ ପ୍ରକାଶ ପାଇଛି। ପୁରସ୍କାର ସଂପର୍କରେ ସୂଚନା ପାଇବାପରେ ‘ସାହିତ୍ୟ ଚର୍ଚ୍ଚା’କୁ ନିଜର ପ୍ରତିକ୍ରିୟା ଦେଇ ଆଶୁତୋଷ ଶ୍ରୀ ପରିଡ଼ା କହିଛନ୍ତି, ଜଣେ କବି ହିସାବରେ ଏକ ସମ୍ମାନଜନକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ସେ ଖୁସି ହେବା ସ୍ବାଭାବିକ। ସେ ଏହି ପୁରସ୍କାର ପାଇବେ ବୋଲି କେବେ ଆଶା କରିନଥିଲେ। ଚାକିରି ସହ କବିତା ପ୍ରତି ଏକ ଆକର୍ଷଣ ରହି ଆସିଥିଲା। ତା’ର ଫଳ ମିଳିଛି। ଆଶୁତୋଷ ପରିଡ଼ା ୧୯୯୦ ମସିହାରେ ‘ଇପ୍ସିତ କ୍ରୋଧ’ ପୁସ୍ତକ ପାଇଁ ଓଡ଼ିଶା ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ