Monday, March 23, 2026
22 C
Odisha

    ୮ ବର୍ଷ ତଳର ଘଟଣାକୁ ନେଇ ଅଭିନେତାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କଲା କେରଳ ପୁଲିସ୍‌

    ଆଗକୁ ପଢନ୍ତୁ

    କେରଳ: ଜଣେ ଅଭିନେତ୍ରୀ ‌ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ କେରଳ ପୁଲିସ୍‌ ମାଲାୟାଲମ ଅଭିନେତା ସିଦ୍ଦିକଙ୍କ ବିରୋଧରେ ଏକ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ତ୍ରିଭାନ୍ଦ୍ରମ ପୁଲିସ୍‌ ଦ୍ବାରା ଏହି ମାମଲା ରୁଜୁ ହୋଇଛି। ଅଭିନେତା ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିନେତ୍ରୀ ଜଣକ ପ୍ରଥମେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ରେ ଅଭିଯୋଗ କରିଥିଲେ।

    ତେବେ ଏହି ଘଟଣାଟି ହେଉଛି ୨୦୧୬ ମସିହାର। ଆଠ ବର୍ଷ ତଳେ ଘଟିଥିବା ଏହି ଘଟଣାକୁ ନେଇ ଅଭିନେତ୍ରୀ ପୂର୍ବରୁ ଅଭିଯୋଗ ଆଣିବାକୁ ପ୍ରସ୍ତୁତ ନଥିଲେ। ତେବେ, ନିକଟରେ ହୋଇଥିବା ଏହି ଅଭିଯୋଗକୁ ଅଭିନେତା ସିଦ୍ଦିକ ଖଣ୍ଡନ କରିଛନ୍ତି।

    ଅଭିନେତ୍ରୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଏକ ସିନେମାକୁ ନେଇ ଚାଲୁଥିବା ଆଲୋଚନା ସମୟରେ ସିଦ୍ଦିକ ତାଙ୍କୁ ମାସ୍କଟ ହୋଟେଲରେ ଥିବା ତାଙ୍କ କୋଠରୀକୁ ଡାକିଥିଲେ ଓ ସେଠାରେ ସେ ତା‌ଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଅଭିନେତ୍ରୀଙ୍କ କହିବାନୁସାରେ ଅଭିନେତା ଏକ ଜାଲ ବିଛେଇ ତାଙ୍କୁ ଶୋଷଣ କରିଥିଲେ।

    ଏହି ପ୍ରସଂଗରେ ସିଦ୍ଦିକ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଙ୍କ ନିକଟରେ କହିଛନ୍ତି କି ଏହି ଅଭିଯୋଗ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ଭୟଙ୍କର ପ୍ରୟାସ। ନିର୍ଦ୍ଦୋଷତା ଦାବି କରି ସେ କହିଛନ୍ତି କି ସେ୨୦୧୬ ମସିହାରେ କେବଳ ଥରେ ଅଭିନେତ୍ରୀଙ୍କୁ ଭେଟିଥିଲେ, ଯାହା ତାଙ୍କ ପିତାମାତାଙ୍କ ଉପସ୍ଥିତିରେ ହୋଇଥିଲା।

    ଯୌନ ନିର୍ଯାତନା ଅଭିଯୋଗ ପରେ ସିଦ୍ଦିକ ଏହି ସପ୍ତାହ ପୂର୍ବରୁ ମାଲାୟାଲମ୍ ଚଳଚ୍ଚିତ୍ର କଳାକାର ସଂଘ (ଏଏମ୍ଏମ୍ଏ) ର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ