Saturday, April 19, 2025
40.3 C
Odisha

    ସୁନ୍ଦରଗଡ଼ରୁ ଉଦ୍ଧାର ହେଲା ଦେବଗଡ଼ରୁ ଅପହୃତା ଝିଅ

    ଆଗକୁ ପଢନ୍ତୁ

    ରାଉରକେଲା: ସୁନ୍ଦରଗଡ଼ରୁ ଉଦ୍ଧାର ହେଲା ଦେବଗଡ଼ରୁ ଅପହୃତା ଝିଅ । ବଡ଼ଗାଁ ଥାନା ଭୋଇପାଲି ପୋଲ ତଳୁ ୬ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପୋଲ ତଳେ ଝିଅଟି କାନ୍ଦୁ ଥିବା, ସ୍ଥାନୀୟ ମହିଳା ପୋଲିସକୁ ଖବର ଦେଇଥିଲେ । ଘଯଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିଛି । ଦେବଗଡ଼ ପୋଲିସ ସହିତ ଯୋଗାଯୋଗ କରି ଶିଶୁକନ୍ୟାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ଅପହରଣକାରୀ ଫେରାର ହୋଇ ଯାଇଛନ୍ତି । ଶିଶୁ କନ୍ୟାକୁ ଘର ଆଗରୁ ଦୁର୍ବୃତ୍ତ ଝାମ୍ପି ନେଇଥିଲେ । ଘର ଆଗରେ ଆଈ କୋଳରୁ ନାତୁଣୀକୁ ଝାମ୍ପି ନେବା ପରେ ଦେବଗଡ଼ ଥାନାରେ ଅଭିଯୋଗ ହୋଇଥଇଲା । ଅଭିଯୋଗ ପରେ ସହରର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରିଥିଲା ପୋଲିସ । ସମସ୍ତ ରାସ୍ତାକୁ ସିଲ କରି ତଦନ୍ତ କରିଥିଲା ପୋଲିସ । ଶେଷରେ ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି ଶିଶୁ କନ୍ୟା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ