Wednesday, October 23, 2024
21.7 C
Odisha

    ଆଜିଠୁ ଆରମ୍ଭ ହେଲା କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ୨୦୨୪ ନିର୍ବାଚନ ଲଢିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏଭଳି ପ୍ରୟାସ

    ଆଗକୁ ପଢନ୍ତୁ

    ପାଣ୍ଠି ସଂଗ୍ରହ ପାଇଁ କଂଗ୍ରେସର ଅଭିଯାନ ଆରମ୍ଭ । ‘ଦେଶ ପାଇଁ ଦାନ’ ଜରିଆରେ ସଂଗ୍ରହ ହେବ ପାଣ୍ଠି । ପ୍ରଥମେ ଅନଲାଇନ ପରେ ଘରକୁ ଘର ଯିବ ଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଆରମ୍ଭ କରୁଥିବା ଏହି ଅଭିଯାନର ନାଁ ହେଉଛି, ଦେଶ ପାଇଁ ଦାନ । ପାଣ୍ଠି ସଂଗ୍ରହ ପାଇଁ ଦେଶର ସର୍ବପୁରାତନ ଦଳ ବିଧିବଦ୍ଧଭାବେ ଏହି ଅଭିଯାନ ଆରମ୍ଭ କରିଛି । ପ୍ରଥମେ ଅନଲାଇନ ଏବଂ ପରେ ଘରକୁ ଘର ଯାଇ ଦାନ ସଂଗ୍ରହ କରିବେ କଂଗ୍ରେସ କର୍ମୀ । ଦଳକୁ ୧୩୮ ବର୍ଷ ପୁରଣ କରିବାକୁ ଯାଉଥିବା ବେଳେ ପାଣ୍ଠି ଗ୍ରହଣର ଏକ ରୋଚକ ସଂଖ୍ୟା ରଖାଯାଇଛି । କଂଗ୍ରେସର ୱେବସାଇଟ୍କୁ ଯାଇ ଲୋକମାନେ ୧୩୮, ୧୩୮୦ କିମ୍ବା ୧୩, ୮୦୦ ଟଙ୍କା ଦାନ କରିପାରିବେ ।
    ଡିସେମ୍ବର ୨୮ ତାରିଖ କଂଗ୍ରେସର ପ୍ରତିଷ୍ଠା ଦିବସ । ତେଣୁ ୨୮ ତାରିଖ ଯାଏଁ ଅନଲାଇନ୍ ଅଭିଯାନ ଚାଲିବ । ଏହା ପରେ କଂଗ୍ରେସ କର୍ମୀମାନେ ଘର ଘର ବୁଲି ୧୩୮ ଟଙ୍କା ଲେଖାଏଁ ସଂଗ୍ରହ କରିବ । ଉତମ ଭାରତ ଗଠନ ପାଇଁ ଲୋକଙ୍କୁ ଦାନ କରିବାକୁ ଅନୁରୋଧ କରିଛନ୍ତି ରାହୁଲ ଗାନ୍ଧୀ । ସର୍ବପୁରାତନ ଦଳକୁ ପାଣ୍ଠି ଚିନ୍ତା କାହିଁକି ଘାରିଛି, ନିର୍ବାଚନ କମିଶନଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଯାଉଛି । ଚଳିତବର୍ଷ ଭାରତୀୟ ଜନତା ପାର୍ଟିକୁ ୭୧୯ କୋଟି ଟଙ୍କା ଦାନ ଆକାରରେ ମିଳିଥିବା ବେଳେ କଂଗ୍ରେସ ଦଳକୁ ମିଳିଛି ମାତ୍ର ୭୯ କୋଟି । ବଡ଼ କଥା ବିଜେପି କ୍ଷେତ୍ରରେ ଦାନର ପରିମାଣ ବଢ଼ୁଥିବା ବେଳେ କଂଗ୍ରେସ କ୍ଷେତ୍ରରେ କମୁଛି । ବିଗତ ଆର୍ଥିକବର୍ଷରେ ବିଜେପିକୁ ୬୧୪ କୋଟିର ପାଣ୍ଠି ମିଳିଥିବା ବେଳେ କଂଗ୍ରେସକୁ ମିଳିଥିଲା ମାତ୍ର ୯୫.୪ କୋଟି ।
    ତେବେ କଂଗ୍ରେସର ଏହି ପାଣ୍ଠି ସଂଗ୍ରହ ଅଭିଯାନକୁ ନେଇ ବେଶ ଆଶାବାଦୀ ଓଡ଼ିଶା କଂଗ୍ରେସ । ରାଜ୍ୟରେ କଂଗ୍ରେସ କର୍ମୀମାନେ ଉତ୍ସାହର ସହ ଏହି ଅଭିଯାନରେ ସାମିଲ ହେବେ ବୋଲି ପିସିସି ସଭାପତି କହିଛନ୍ତି । ଅନ୍ୟପଟେ କଂଗ୍ରେସ ମୁହାଁଲୁଚାଇବା ପାଇଁ ଉଦ୍ୟମ କରୁଛି ବୋଲି ସମାଲୋଚନା କରିଛି ବିଜେପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ