Sunday, October 4, 2026
29.6 C
Odisha

    ସୋରରୁ ଅପହୃତ ଶିଶୁ ଉଦ୍ଧାର: ଅପହରଣକାରୀକୁ ଧରିବା ଲାଗି ପୁଲିସର ଉଦ୍ୟମ ଜାରି

    ଆଗକୁ ପଢନ୍ତୁ

    ସୋର: ବାଲେଶ୍ବର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଅପହୃତ ଶିଶୁପୁତ୍ର ଉଦ୍ଧାର ହୋଇଛି। ତାକୁ ସୋରର ଜଣଙ୍କ ଘରୁ ଉଦ୍ଧାର କରାଯାଇଛି। ପୁଲିସ ଏନେଇ ସୂଚନା ଦେଇଛି। ତେବେ ଅପହରଣକାରୀଙ୍କୁ ଏଯାଏ ଧରାଯାଇନାହିଁ। ତାଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି। ଅପହରଣର କାରଣ ବି ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ଗତକାଲି ଅପରାହ୍ଣରେ ଜଣେ ମହିଳା ତାଙ୍କର୧ ବର୍ଷର ଶିଶୁପୁତ୍ରକୁ ସାଙ୍ଗରେ ଆଣିଥିବା ବେଳେ ଡାକ୍ତରଖାନା ପରିସରରୁ ତାଙ୍କ ପୁଅକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

    ଅଭିଯୋଗ ଅନୁସାରେ ସିମୁଳିଆ ଥାନା ବାଲିକଣା ଗ୍ରାମର ପ୍ରତିମା ମୁର୍ମୁ ସୋର ପୌରାଞ୍ଚଳ ଢିପାସାହି ସ୍ଥିତ ନିଜ ବାପା ଘରକୁ ଆସିଥିବା ବେଳେ ଆଜି ଅପରାହ୍ଣରେ ତାଙ୍କର ୧ ବର୍ଷର ଶିଶୁପୁତ୍ର ଏବଂ ତାଙ୍କ ଭଉଣୀସହ ଜଣେ ଓକିଲଙ୍କ ସହିତ ଡାକ୍ତରଖାନାକୁ ଆସିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଓକିଲ ଜଣଙ୍କ ତାଙ୍କ ଶିଶୁପୁତ୍ରକୁ ଜଣେ ମହିଳାଙ୍କୁ ଧରିବାକୁ ଦେବା ପାଇଁ କହିଥିଲେ। ଏଥିରେ ପ୍ରତିମା ରାଜି ନ ହେବାରୁ ଓକିଲ ଜଣଙ୍କ ତାଙ୍କୁ ଦେବା ପାଇଁ ବାଧ୍ୟ କରିବାରୁ ପ୍ରତିମା ଶିଶୁପୁତ୍ରଙ୍କୁ ମହିଳା ଜଣଙ୍କୁ ଦେଇ ଓକିଲଙ୍କ ସହ ଡାକ୍ତରଖାନାର ଉପର ମହଲାକୁ ଯାଇଥିଲେ। ସେଠାରୁ ଫେରିବା ପରେ ପ୍ରତିମା ଶିଶୁପୁତ୍ର ସହ ଉକ୍ତ ମହିଳାଙ୍କୁ ସେଠାରେ ନ ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ ନିରାଶ ହୋଇ ସନ୍ଧ୍ୟାରେ ସୋର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଡାକ୍ତରଖାନାରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ