Thursday, January 9, 2025
16 C
Odisha

    ନଭେମ୍ବର ୩୦ରେ କିମ୍‍ସରେ ହେଲ୍‍ଥ ନ୍ୟାସ୍‍ନାଲ୍‍ କନ୍‍କ୍ଲେଭ‍, ଦେଶ ବିଦେଶରୁ ବହୁ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ଯୋଗଦେବେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନଭେମ୍ବର ୩୦ରେ କିମ୍‍ସରେ ହେଲ୍‍ଥ ନ୍ୟାସ୍‍ନାଲ୍‍ କନ୍‍କ୍ଲେଭ‍ ଅନୁଷ୍ଠିତ ହେଉଛି । ପ୍ରଥମ ଥର ଲାଗି କିମ୍‍ସରେ ଏଭଳି ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି। କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କନ୍‍କ୍ଲେଭ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଦେଶ ବିଦେଶରୁ ବହୁ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ଓ ଚିକିତ୍ସାବିତ୍‍ ଯୋଗଦେଇ ଭାରତରେ ଔଷଧ ଓ ସ୍ୱାସ୍ଥ୍ୟସେବା ଉପରେ ସେମାନଙ୍କ ଉପାଦେୟ ମତାମତ ରଖିବେ।

    ନୀତି ଆୟୋଗର ପ୍ରଫେସର ବିନୋଦ ପାଉଲ, କ୍ରିଷ୍ଣା ବିଶ୍ୱ ବିଦ୍ୟାପୀଠର ପ୍ରଫେସର ବେଦ ପ୍ରକାଶ ମିଶ୍ର, ଏସିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ପ୍ରଫେସର ନାଗେଶ୍ୱର ରେଡ୍ଡୀ ଓ ଡ. ମୋହନସ୍‍ ଡାୟାବେଟିସ୍‍ ସ୍ପେଶିଆଲିଷ୍ଟ ସେଣ୍ଟରର ପ୍ରଫେସର ଭି. ମୋହନ ପ୍ରମୁଖଙ୍କ ଭଳି ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

    ଏହି ଅବସରରେ ଡାକ୍ତରୀ ଶିକ୍ଷା ଓ ବାୟୋଇଞ୍ଜିନିୟରିଂ ପ୍ରତି ଔଦ୍ୟୋଗିକତା, ଚିକିତ୍ସାରେ ଅଧ୍ୟାତ୍ମ୍ୟ ଓ ମଧୁମେହ ବିପଦ ଆଦି ବିଷୟ ଉପରେ ବିଶେଷଜ୍ଞମାନେ ଆଲୋକପାତ କରିବେ। ଏହା ବ୍ୟତୀତ ‘ଚିକିତ୍ସାରେ ଅର୍ଥ- ଏକ ଉପକରଣ କିମ୍ବା ଲକ୍ଷ୍ୟ’ ଏବଂ ଭାରତରେ ଜନସାଧାରଣଙ୍କୁ କିଭଳି ସୁଲଭ ଡାକ୍ତରୀ ଉଦ୍ଭାବନ ସହଜରେ ଉପଲବ୍‍ଧ ହୋଇପାରିବ ତା ଉପରେ ଗଭୀର ଅନୁଧ୍ୟାନ ସହ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ଡା. ଅନୁପ କୁମାର ପଣ୍ଡା, ପ୍ରଫେସର ଗୀତାଞ୍ଜଳି ବାଟ୍-ମାନା-ବେନ୍ (Batmanabane) ଏବଂ ସ୍ୱାମୀ ନିଜମ୍ରିତାନନ୍ଦ ପୁରୀଙ୍କ ଭଳି ପ୍ରମୁଖ ବ୍ୟକ୍ତିଙ୍କ ନେତୃତ୍ୱରେ ବିଭିନ୍ନ ଆଲୋଚନା ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    16 ° C
    16 °
    16 °
    51 %
    1.7kmh
    13 %
    Thu
    16 °
    Fri
    28 °
    Sat
    28 °
    Sun
    29 °
    Mon
    30 °

    ସମ୍ବନ୍ଧିତ