Friday, December 13, 2024
24.1 C
Odisha

    ଭୁବନେଶ୍ୱର କିମ୍‍ସରେ ପ୍ରଥମ ଥର ହେଲ୍‍ଥ ନ୍ୟାସ୍‍ନାଲ୍‍ କନକ୍ଲେଭ୍‍ ଅନୁଷ୍ଠିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱର କିମ୍‍ସରେ ହେଲ୍‍ଥ ନ୍ୟାସ୍‍ନାଲ୍‍ କନକ୍ଲେଭ୍‍ ଅନୁଷ୍ଠିତ ।  ପ୍ରଥମ ଥର ଲାଗି କିମ୍‍ସରେ ଏଭଳି ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।  କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କନ୍‍କ୍ଲେଭରେ ଦେଶ ବିଭିନ୍ନ ଖ୍ୟାତି ସମ୍ପନ୍ନ ଚିକିତ୍ସା ପ୍ରତିଷ୍ଠାନ ତଥା ଅନ୍ୟାନ୍ୟ ଅନୁଷ୍ଠାନରୁ ହଜାରେରୁ ଅଧିକ ଡାକ୍ତର, ବିଶେଷଜ୍ଞ, ଚିକିତ୍ସାବିତ୍‍, ଜୈବପ୍ରଯୁକ୍ତି ବିଶେଷଜ୍ଞ, ଆଧ୍ୟାତ୍ମିକ ଗୁରୁ, ଡାକ୍ତରୀ ଶିକ୍ଷା କ୍ଷେତ୍ରରୁ ବିଶେଷଜ୍ଞ,ସ୍ୱାସ୍ଥ୍ୟସେବା ପ୍ରଶାସକ ଓ ଉଦ୍ୟୋଗୀ ଯୋଗଦେଇ ଭାରତରେ ଔଷଧ ଓ ସ୍ୱାସ୍ଥ୍ୟସେବା ଉପରେ ସେମାନଙ୍କ ଉପାଦେୟ ମତାମତ ରଖିଥିଲେ।

    ଏଥିରେ ମୁଖ୍ୟ ଅତିଥିଭାବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗ୍ୟାଷ୍ଟ୍ରୋଏଣ୍ଟେରୋଲଜିଷ୍ଟ ତଥା ଏସିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ମୁଖ୍ୟ ପଦ୍ମ ଭୂଷଣ ପ୍ରଫେସର ଡି. ନାଗେଶ୍ୱର ରେଡ୍ଡୀ ଯୋଗଦେଇ କହିଲେ, ମୁଁ କିଟ୍‍ ଓ କିସ୍‍କୁ ବହୁବାର ଆସିଛି। ସାଧାରଣତଃ ଆଧ୍ୟାତ୍ମିକ, ପ୍ରଶାସନିକ, ନୀତି ନିର୍ଦ୍ଧାରଣ ଏବଂ ସ୍ୱାସ୍ଥ୍ୟସେବାର ବିଭିନ୍ନ କ୍ଷେତ୍ରରୁ ବିଶେଷଜ୍ଞଙ୍କୁ ନେଇ ଏଭଳି ସମ୍ମିଳନୀ ପ୍ରଥମ ଥର ଆୟୋଜିତ ହେଉଛି । ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଆଲୋଚନା ସହ ସ୍ୱାସ୍ଥ୍ୟସେବାରେ ଅଧ୍ୟାତ୍ମ୍ୟର ସମ୍ପର୍କ ତଥା ସ୍ୱାସ୍ଥ୍ୟସେବା ଓ ଔଷଧ ଉଦ୍ୟୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ।

    ଯାହା କି ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ଉଲ୍ଲେଖନୀୟ ଯୋଗଦାନ ରହିବ ବୋଲି ସେ କହିଥିଲେ । ଡ. ଅଚ୍ୟୁତ ସାମନ୍ତ କହିଲେ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମ ପାଖରେ ଯେତେ ସମ୍ପତ୍ତି ଥାଉ ନା କାହିଁକି ସ୍ୱାସ୍ଥ୍ୟ ଠିକ୍‍ ନ ରହିଲେ ଶାନ୍ତିରେ ରହି ପାରିବା ନାହିଁ । ସ୍ୱାସ୍ଥ୍ୟ ସେବା ସହ ଆଧ୍ୟାତ୍ମିକତାର ମଧ୍ୟ ସଂଯୋଗ ରହିଛି । ଏହି ସମ୍ମିଳନୀ ନିଶ୍ଚିତ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଫଳପ୍ରଦ ସମ୍ମିଳନୀ ହେବ ବୋଲି ଡ. ସାମନ୍ତ ଆଶା ବ୍ୟକ୍ତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ହାଇଦ୍ରାବାଦସ୍ଥିତ ଡ. ମୋହନ୍‍ସ ଡାୟାବେଟିସ୍‍ ସ୍ପେଶିଆଲିଷ୍ଟ କେନ୍ଦ୍ରର ଅଧ୍ୟକ୍ଷ ପଦ୍ମଶ୍ରୀ ଡା. ଭି ମୋହନ କହିଲେ, ଏହି ସମ୍ମିଳନୀ ହେଉଛି ଏକ ଅନନ୍ୟ ସମ୍ମିଳନୀ।

    ସାଧାରଣତଃ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟସେବାର ଗୋଟିଏ ଗୋଟିଏ ବିଭାଗକୁ ନେଇ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥାଏ। କିନ୍ତୁ ଏହି ସମ୍ମିଳନୀରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ସହ ଅନ୍ୟାନ୍ୟ କ୍ଷେତ୍ରରୁ ମଧ୍ୟ ବିଶେଷଜ୍ଞମାନେ ଯୋଗଦେଇଛନ୍ତି । ଦୟା ଓ ନୈତିକତା ବିନା ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ନାହିଁ । ତାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଅଚ୍ୟୁତ ସାମନ୍ତ ।

    ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପଦ୍ମଶ୍ରୀ ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, ଉପକୁଳପତି ପ୍ରଫେସର ସିବିକେ ମହାନ୍ତି, କିମ୍‍ସ ପ୍ରଫେସର ଏମେରିଟସ୍‍ ପଦ୍ମଶ୍ରୀ ଡା. ଯୋଗେଶ ଚାୱଲା, କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଡା. ଆର ସି ଦାସ ପ୍ରମୁଖ ଯୋଗଦେଇ କିମ୍‍ସ ନ୍ୟାସନାଲ୍‍ କନ୍‍କ୍ଲେଭ ଉପରେ ନିଜ ମତ ଦେଇଥିଲେ । ଦିନ ତମାମ ଚାଲିଥିବା ବିଭିନ୍ନ ଆଲୋଚନାଚକ୍ର ଓ କର୍ମଶାଳାରେ ‘ଚିକିତ୍ସାରେ ଅର୍ଥ- ଏକ ଉପକରଣ କିମ୍ବା ଲକ୍ଷ୍ୟ’ ଏବଂ ଭାରତରେ ଜନସାଧାରଣଙ୍କୁ କିଭଳି ସୁଲଭ ଡାକ୍ତରୀ ଉଦ୍ଭାବନ ସହଜରେ ଉପଲବ୍‍ଧ ହୋଇପାରିବ ତା ଉପରେ ଆଲେଚନା ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    33 %
    1.7kmh
    100 %
    Fri
    26 °
    Sat
    26 °
    Sun
    26 °
    Mon
    27 °
    Tue
    28 °

    ସମ୍ବନ୍ଧିତ