Monday, May 11, 2026
36.2 C
Odisha

    KISS ବିଶ୍ଵବିଦ୍ୟାଳୟରେ ପରିସରରେ ନେତାଜୀ ଜୟନ୍ତୀ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କିସ୍ ବିଶ୍ଵବିଦ୍ୟାଳୟରେ ପରିସରରେ ପାଳିତ ହୋଇଯାଇଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିବସ ଆଜି କିସ୍ ବିଶ୍ଵ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଶ୍ରଦ୍ଧାର ସହିତ ପାଳନ କରାଯାଇଛି । ଏହି ଅବସରରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ମାନେ ଉପସ୍ଥିତ ରହି ନେତାଜୀଙ୍କ ଆଦର୍ଶକୁ ସମ୍ମାନ ଜଣାଇଥିଲେ । ଡକ୍ଟର ସାମନ୍ତ କହିଥିଲେ ଯେ ନେତାଜୀଙ୍କ ସାହସ, ଦେଶପ୍ରେମ ଏବଂ ଦୂରଦୃଷ୍ଟି ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି । ତାଙ୍କ ସ୍ୱପ୍ନର ଭାରତ ଗଠନ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତ ବ୍ୟକ୍ତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.2 ° C
    36.2 °
    36.2 °
    25 %
    3kmh
    27 %
    Mon
    35 °
    Tue
    39 °
    Wed
    42 °
    Thu
    44 °
    Fri
    43 °

    ସମ୍ବନ୍ଧିତ