Friday, October 2, 2026
29.9 C
Odisha

    ଫେବୃଆରୀ ୧୩ ତାରିଖରେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିବ ଚଳଚିତ୍ର ‘ବର ବଧୂ’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଉତ୍ସାହ ଓ ଉତ୍କଣ୍ଠା ନେଇ ଆସୁଛି ଆଗାମୀ ଚଳଚ୍ଚିତ୍ର ‘ବର ବଧୂ’ ।  ଏହି ଚଳଚ୍ଚିତ୍ରର ସଙ୍ଗୀତ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ଏହି ବହୂ ପ୍ରତୀକ୍ଷିତ ସିନେମାର ସଙ୍ଗୀତ ଦେଇଛନ୍ତି ଯୁବ ବର୍ଗଙ୍କ ପ୍ରଥମ ପସନ୍ଦ ଗୌରବ ଆନନ୍ଦ ଏବଂ ତାଙ୍କ ସହିତ ଯୋଡି ହୋଇଛନ୍ତି ଭାରତ ହିତାର୍ଥ। ଗୀତ ରଚନା କରିସନ୍ତି ଜେ. ପି ୱାର୍ଡସ୍ମିଥ, ସ୍ଥିତ ପଟ୍ଟନାୟକ, ସୁମିତ ପଣ୍ଡା, ଡି ସୁପ୍ରଭା, ଫୋନିକ୍ସ ଓ ସୁନୀଲ ପରିଡା। ଗୀତ ଗୁଡିକରେ କଣ୍ଠଦାନ କରିଛନ୍ତି ପାପନ, କ୍ରିଷ୍ଣା ବେଉରା, ଅନନ୍ୟା ଶ୍ରୀତମ ନନ୍ଦ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ସୌରଭ ଭରଦ୍ୱାଜ, ଗୌରବ ଆନନ୍ଦ, ଆଶିଷ ପ୍ରଧାନ, ଅନୁରାଗ ଦାସ, ଓ ଶୁଭଶ୍ରୀ ଜେନା। ନିଛକ ଓଡ଼ିଆ କାହାଣୀକୁ ଆଧାର କରି ପ୍ରସ୍ତୁତ ‘ବର ବଧୂ’ ଚଳଚ୍ଚିତ୍ରର ସମସ୍ତ ଗୀତକୁ ଉପସ୍ଥିତ ଦର୍ଶକ ବେଶ ପସନ୍ଦ କରିଥିଲେ। ବିଶେଷକରି ଯୁବବର୍ଗଙ୍କୁ ଏହି ଗୀତ ଆକୃଷ୍ଟ କରିବ ବୋଲି କୁହାଯାଉଛି । କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସହ ବିଶ୍ୱରଞ୍ଜନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ସିନେମାରେ ସୁଭାଶିଷ ଶର୍ମା, ଶୈଳେନ୍ଦ୍ର ସାମନ୍ତରାୟ, ଶିବାନୀ ସଙ୍ଗୀତା, ସୂର୍ଯ୍ୟମୟୀ ମହାପାତ୍ର, ଜୟଶ୍ରୀ ଷଡ଼ଙ୍ଗୀ,ହର ରଥ ଓ ଭାସ୍ୱତୀ ବସୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଦ ୟୁଜଫୁଲ ଗାର୍ବେଜ କ୍ରିଏସାନ୍ସ ବ୍ୟାନର ଅଧୀନରେ ଚନ୍ଦ୍ରମଣିଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ କଣ୍ଟ୍ରି ବଏଜ ସ୍ଟଡ଼ିଓଜ ଓ ଶର୍ପଲିନ ଫିଲ୍ମ ପ୍ରାଇଭେଟ ଲିମିଟେଡ଼ ସହଯୋଗୀ ସଂସ୍ଥା ଭାବେ ଯୋଡ଼ି ହୋଇଛନ୍ତି । ସହ-ପ୍ରଯୋଜକ ଭାବେ ବିଶ୍ୱରଞ୍ଜନ ଓ ସୁଶୀଲ କୁମାର ମିଶ୍ର ନିଜ ଦାୟିତ୍ୱ ସଫଳତାର ସହିତ ସମ୍ପାଦନ କରିଛନ୍ତି। ଦୃଶ୍ୟ ଗ୍ରହଣ ରେ ଅଛନ୍ତି ବିଜିତେଶ ଦେ। ଚଳଚ୍ଚିତ୍ରର ସମ୍ପାଦନା କରିଛନ୍ତି ଦୀପିକା କାରଲା। ସାଉଣ୍ଡ ଡିଜାଇନରେ ଅଛନ୍ତି ବଲିଉଡରେ ବହୁତ ବଡ ବଡ ସିନେମାର କାମ କରି ପ୍ରଶଂସା ସାଉଁଟିଥିବା ଓଡ଼ିଆ ପୁଅ ନିହାର ସାମଲ । ଆମର ମ୍ୟୁଜିକ ଏହାର ସଙ୍ଗୀତ ଅଧିକାର ବହନ କରିଥିବା ବେଳେ ବିତରଣ ଦାୟିତ୍ୱ ବହନ କରିଛନ୍ତି ପ୍ରକାଶ ଫିଲ୍ମସ।
    ପ୍ରେମ,ପରମ୍ପରା ଓ ମୂଲ୍ୟବୋଧ ଆଧାରରେ ଗଭୀର ଭାବେ ଗଢ଼ିଉଠିଥିବା ଏକ ହୃଦୟସ୍ପର୍ଶୀ କାହାଣୀକୁ ନେଇ ‘ବର ବଧୂ’ ଦର୍ଶକମାନଙ୍କୁ ଏକ ଭାବପ୍ରବଣ ସିନେମାର ଅନୁଭୂତି ପ୍ରଦାନ କରିବ ବୋଲି ଆଶା କରାଯାଉଛି । ପ୍ରେମ ଦିବସକୁ ଦୃଷ୍ଟିରେ ରଖି ଆସନ୍ତା ଫେବୃଆରୀ ୧୩ ତାରିଖରେ ସର୍ବ ଭାରତୀୟ ସ୍ତରରେ ‘ବର ବଧୂ’ ମୁକ୍ତିଲାଭ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ