Wednesday, October 7, 2026
31.4 C
Odisha

    ମମତା ବାନାର୍ଜୀ ମିଥ୍ୟା କହୁଛନ୍ତି ବୋଲି ଅଭିଯୋଗ ଆଣିଲେ ପୀଡ଼ିତାଙ୍କ ମାଆ

    ଆଗକୁ ପଢନ୍ତୁ

    କୋଲକାତା: ଗତ ମାସରେ କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ମାଆ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ମିଛ କହୁଥିବା ଅଭିଯୋଗ ଆଣିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ମାମଲାକୁ ଚାପି ଦେବା ପାଇଁ ତାଙ୍କୁ କ୍ଷତିପୂରଣ ବି ଯଚାଯାଇଥିଲା। ପୂର୍ବରୁ ମମତା ବାନାର୍ଜୀ କୋଲକାତା ପୁଲିସ ଟ୍ରେନି ଡାକ୍ତରଙ୍କ ପିତାମାତାଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗକୁ ଖାରଜ କରିବା ସହ ତାଙ୍କ ସରକାର ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିବା ପରେ ପୀଡ଼ିତ‌ାଙ୍କ ମାଆ ସେ ମିଥ୍ୟା କହୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।

    ମମତାଙ୍କ କଥାର ପ୍ରତିକ୍ରିୟା ରଖି ପୀଡିତାଙ୍କ ମା କହିଛନ୍ତି କି, “ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି। ସେ କହିଥିଲେ ଯେ ତୁମେ କ୍ଷତିପୂରଣ ପାଇବ ଏବଂ ତୁମେ ତୁମ ଝିଅ ସ୍ମୃତିରେ କିଛି ନିର୍ମାଣ କରିପାରିବ। ମୁଁ ସେତେବେଳେ କହିଥିଲି ଯେ ମୋ ଝିଅ ନ୍ୟାୟ ପାଇବା ପରେ ମୁଁ ଆପଣଙ୍କ ଅଫିସ୍‌କୁ ଆସିବି ଏବଂ କ୍ଷତିପୂରଣ ଗ୍ରହଣ କରିବି।’’

    ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବାନାର୍ଜୀ ଟ୍ରେନିଂ ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଚପେଇ ଦେବାକୁ ଚେଷ୍ଟା କରୁଛନ୍ତି। ଯାହାଙ୍କର ଅର୍ଦ୍ଧ ଉଲଗ୍ନ ଶରୀର ଅଗଷ୍ଟ ୯ ତାରିଖରେ ଆରଜି କର ଡାକ୍ତରଖାନାରେ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ