Monday, August 24, 2026
23.9 C
Odisha

    କୋଲକାତା ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ମାମଲା: ପୁଲିସକୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

    ଆଗକୁ ପଢନ୍ତୁ

    କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ସ୍ନାତକୋତ୍ତର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଗୁରୁବାରଠାରୁ ସୁପ୍ରିମ୍‌କୋର୍ଟରେ ପୁଣି ଆରମ୍ଭ ହୋଇଛି। ଶୁଣାଣି ସମୟରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କୋଲକାତା ପୁଲିସକୁ ଭର୍ତ୍ସନା କରିଛନ୍ତି। ସମଗ୍ର ମାମଲାରେ କୋଲକାତା ପୁଲିସ ଯେଉଁଭଳି ପ୍ରକ୍ରିୟା ଅନୁସରଣ କରିଛି ଏବଂ ଯେଭଳି ଆଚରଣ ଦେଖାଇଛି ତାହା ନିତାନ୍ତ ବେପରୁଆ ଓ ସମ୍ବେଦନହୀନ ବୋଲି ଖଣ୍ଡପୀଠ କହିଥିବା ବେଳେ ଏଭଳି ଘଟଣା ଆମେ ଗତ ୩୦ ବର୍ଷ ମଧ୍ୟରେ ଦେଖିନାହୁଁ ବୋଲି ମନ୍ତବ୍ୟ ଦେଇଛନ୍ତି। ପୀଡ଼ିତାଙ୍କ ଶରୀର ଭିତରୁ ମିଳିଥିବା ‘୧୫୧ ଗ୍ରାମ୍ ସିମେନ୍’ ସିଦ୍ଧାନ୍ତକୁ ଖଣ୍ଡନ କରିବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ କଡ଼ା ସମାଲୋଚନା କରି ଖଣ୍ଡପୀଠ କହିଛନ୍ତି ଯେ କୋର୍ଟରେ ଯୁକ୍ତି ପାଇଁ ସୋସିଆଲ ମିଡିଆ ତଥ୍ୟ ଉପରେ ନିର୍ଭର କରିବା ଉଚିତ ନୁହେଁ।
    ମହିଳା ଜଣକ କିଏ, ତାଙ୍କର ଆଚରଣ ମଧ୍ୟ ଅତ୍ୟନ୍ତ ସନ୍ଦେହଜନକ। ସେ କାହିଁକି ଏଭଳି ଆଚରଣ କଲେ?
    ୯. ଦୟାକରି ଏଠାରେ ଜଣେ ଦାୟିତ୍ୱବାନ ପୁଲିସ ଅଧିକାରୀଙ୍କୁ ଉପସ୍ଥିତ ରଖନ୍ତୁ। ୟୁଡି ମାମଲା କେତେବେଳେ ପଞ୍ଜୀକୃତ ହେଲା ତାହାର ଉତ୍ତର ଆମେ ଏପର୍ଯ୍ୟନ୍ତ ପାଇନାହୁଁ।
    ୧୦. ଯଦି ରିପୋର୍ଟରେ ଦର୍ଶାଯାଇଛି ଯେ ଥାନାକୁ ଫେରିବା ପରେ ଓ ମା’ଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ପରେ ରିପୋର୍ଟ ରେକର୍ଡ କରାଯାଇଥିଲା, ଯଦି ପୁଲିସ କହୁଛି ରାତିରେ ଜିଡି ୮୬୧ ରେକର୍ଡ କରାଯାଇଛି, ତା’ହେଲେ ତଦନ୍ତ ରିପୋର୍ଟରେ ଏହା ପୂର୍ବରୁ ୟୁଡିକୁ କିପରି ଉଲ୍ଲେଖ କରାଯିବ?
    ଏଭଳି ଆଚରଣ ୩୦ ବର୍ଷ ମଧ୍ୟରେ ଦେଖିନାହୁଁ
    ଯୁକ୍ତି ପାଇଁ ସୋସିଆଲ ମିଡିଆ ତଥ୍ୟକୁ ବ୍ୟବହାର କରନ୍ତୁ ନାହିଁ

    କୋଲକାତା: ସିବିଆଇ ଆର୍‌ଜି କର ମେଡିକାଲ କଲେଜ ଦୁଷ୍କର୍ମ-ହତ୍ୟା ମାମଲାରେ ଗିରଫ ହୋଇଥିବା ଏକମାତ୍ର ସନ୍ଦିଗ୍ଧ ଟ୍ରାଫିକ୍ ପୁଲିସ ସ୍ୱେଚ୍ଛାସେବୀ ସଞ୍ଜୟ ରାୟର ମନୋବିଶ୍ଲେଷଣମୂଳକ ପ୍ରୋଫାଇଲ୍ ତିଆରି କରିଛି, ଯେଉଁଥିରୁ ସେ ଜଣେ ‘ପଶୁ ପ୍ରବୃତ୍ତି’ ଥିବା ‘ଯୌନ ବିକୃତ’ ମଣିଷ ବୋଲି ଜଣାପଡ଼ିଛି। ମନୋବିଶ୍ଲେଷକ ଦଳ ୩୧ ବର୍ଷୀୟ ରାୟକୁ ପଚରାଉଚରା କରିବା ବେଳେ ସେ ବିନା ଭାବପ୍ରବଣତାରେ ଘଟିଥିବା ଘଟଣା ବିଷୟରେ ବର୍ଣ୍ଣନା କରିଥିଲା।

    ସିବିଆଇ ତଦନ୍ତରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ଏଯାବତ୍ ଅଭିଯୁକ୍ତ ଦେଇଥିବା ସମସ୍ତ ବୟାନକୁ ସ୍କାନ୍ କରି ଶବ ବ୍ୟବଚ୍ଛେଦ ଓ ଫରେନସିକ୍ ରିପୋର୍ଟ ସହ ତାହା ମେଳ ଖାଉଛି କି ନାହିଁ ଜାଣିବାକୁ ଚେଷ୍ଟା କରିଛନ୍ତି। ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଘଟଣାସ୍ଥଳରେ ରାୟର ଉପସ୍ଥିତି ବୈଷୟିକ ଓ ବୈଜ୍ଞାନିକ ପ୍ରମାଣ ଦ୍ୱାରା ସିଦ୍ଧ ହୋଇଛି, କିନ୍ତୁ ସେମାନେ ଡିଏନ୍‌ଏ ପରୀକ୍ଷାର ଫଳାଫଳ ଉପରେ କୌଣସି ସୂଚନା ଦେଇନାହାନ୍ତି। ସିବିଆଇ ଏହି ମାମଲା ହାତକୁ ନେବା ପୂର୍ବରୁ ପୁଲିସ ଘୋଷଣା କରିଥିଲା ଯେ ପୀଡ଼ିତାଙ୍କ ନଖ ତଳୁ ମିଳିଥିବା ରକ୍ତ ଓ ଚର୍ମର ଚିହ୍ନ ରାୟର ହାତରେ ଲାଗିଥିବା ଆଘାତ ସହ ମେଳ ଖାଉଛି। କେନ୍ଦ୍ରୀୟ ଏଜେନ୍ସି ତଦନ୍ତର ଷ୍ଟାଟସ୍ ରିପୋର୍ଟ ଗୁରୁବାର ସୁପ୍ରିମ୍‌କୋର୍ଟରେ ଦାଖଲ କରିବାର ଅଛି।

    ସିବିଆଇ ସୂତ୍ରରୁ ପ୍ରକାଶ ଯେ ଆର୍‌ଜି କର ହସ୍ପିଟାଲରୁ ସଂଗୃହୀତ ସିସିଟିଭି ଫୁଟେଜରେ ରାୟକୁ ଅଗଷ୍ଟ ୮ ତାରିଖ ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ବକ୍ଷ ବିଭାଗ ୱାର୍ଡ ନିକଟରେ ଦେଖିବାକୁ ମିଳିଥିଲା। ୩୧ ବର୍ଷୀୟା ପୀଡ଼ିତା ସେତେବେଳେ ଅନ୍ୟ ୪ ଜଣ କନିଷ୍ଠ ଡାକ୍ତରଙ୍କ ସହ ସେହି ୱାର୍ଡରେ ଥିଲେ। ଯିବା ପୂର୍ବରୁ ରାୟ କିଛି ସମୟ ସେମାନଙ୍କୁ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା। ପଚରାଉଚରା ବେଳେ ରାୟ କହିଛି ଯେ ସେ ସେଦିନ ସନ୍ଧ୍ୟାରେ ୱାର୍ଡ ଭିତରକୁ ପ୍ରବେଶ କରିଥିଲା। ସିବିଆଇ ଅନୁଯାୟୀ, ପୀଡ଼ିତା ଅନ୍ୟ କନିଷ୍ଠ ଡାକ୍ତରଙ୍କ ସହ ରାତ୍ରି ଭୋଜନ ପାଇଁ ୱାର୍ଡରୁ ବାହାରିଥିଲେ ଏବଂ ଅଗଷ୍ଟ ୯ ତାରିଖ ରାତି ୧ଟା ପରେ ସେମିନାର ହଲକୁ ଫେରିଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ ଜଣେ କନିଷ୍ଠ ଡାକ୍ତର ହଲ୍ ଭିତରକୁ ପ୍ରବେଶ କରିଥିଲେ ଏବଂ ପୀଡ଼ିତା ଶୋଇବାକୁ ଯିବା ପୂର୍ବରୁ ତାଙ୍କ ସହ କଥା ହୋଇଥିଲେ। ସିସିଟିଭି ଫୁଟେଜରେ ରାୟ ଭୋର ୪ଟାରେ ପୁଣି ଥରେ ଡାକ୍ତରଖାନା ପରିସରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏହାପରେ ସେ ତୃତୀୟ ମହଲାର ସେମିନାର ହଲରେ ପହଞ୍ଚିଥିଲା, ଯେଉଁଠାରେ ପୀଡ଼ିତା ଶୋଇଥିଲେ। ରାୟକୁ ଶୁକ୍ରବାର ପୁଣି ଥରେ କୋର୍ଟରେ ହାଜର କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ପ୍ରତିପକ୍ଷ ଓକିଲମାନେ ତାକୁ ପ୍ରଥମ ଥର ପାଇଁ ଭେଟିବେ। ପୂର୍ବରୁ କୋର୍ଟରେ ହାଜର ହେବା ସମୟରେ କୌଣସି ଓକିଲ ତାଙ୍କ ପକ୍ଷ ରଖିବାକୁ ପ୍ରସ୍ତୁତ ନ ଥିଲେ। ସୁରକ୍ଷା ଦୃଷ୍ଟିରୁ ସିବିଆଇ ଭର୍ଚୁଆଲ୍ ଶୁଣାଣି କରିବାକୁ ବିଚାର କରୁଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    97 %
    1.6kmh
    100 %
    Mon
    27 °
    Tue
    28 °
    Wed
    28 °
    Thu
    26 °
    Fri
    29 °

    ସମ୍ବନ୍ଧିତ