Friday, October 2, 2026
25.2 C
Odisha

    ମୋ ଝିଅ ସେଦିନ ରାତିରେ ମାଆ ମାଆ କହି କେତେ କାନ୍ଦିନଥିବ!

    ଆଗକୁ ପଢନ୍ତୁ

    କୋଲକାତା: କୋଲକାତା ଆରି କର ମେଡିକାଲ୍‌ କଲେଜ୍‌ର ଦୁଷ୍କର୍ମ ଓ ହତ୍ୟାର ଶିକାର ‌ହୋଇଥିବା ଛାତ୍ରୀଙ୍କ ପାଇଁ ବିରୋଧ ଧୀରେ ଧୀରେ ତୀବ୍ର ହେଉଛି। ପୀଡ଼ିତାଙ୍କ ନ୍ୟାୟ ଦାବିରେ ହଜାର ହଜାର ଲୋକ କୋଲକାତା ରାସ୍ତାକୁ ପ୍ରତିବାଦ ପାଇଁ ଓହ୍ଲାଇଥିବା ବେଳେ ଏହି ପ୍ରତିବାଦରେ ଏବେ ସାମିଲ୍‌ ହୋଇଛନ୍ତି ତାଙ୍କ ମାଆ। ସେ ସାମିଲ୍‌ ହେବା ସହ ତାଙ୍କ ଝିଅକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସମସ୍ତଙ୍କୁ ତାଙ୍କ ସହ ଯୋଡ଼ି ହୋଇ ରହିବାକୁ ନିବେଦନ କରିଛନ୍ତି। ଘଟଣା ଘଟିବା ପରଠାରୁ ପ୍ରଥମ ଥର ପାଇଁ ଗଣାମଧ୍ୟମରେ ନିଜର ମତ ରଖି ପୀଡ଼ିତାଙ୍କ ମାଆ କହିଛନ୍ତି, ‘‘ସେହି ରାତିରେ ସେ ହୁଏତ ବହୁତ କାନ୍ଦି କାନ୍ଦି ମୋ ନାଁ ନେଇ ମାଆ ମାଆ ଡାକିଥିବ। ମୁଁ ଜାଣିନି କ’ଣ ହୋଇଥିବ। ସେ ସବୁ ଭାବନା ମୋତେ ଏବେ ଭିତରୁ ଖାଇମାରୁଛି। ମୁଁ ଖାଲି ସବୁବେଳେ ଭାବୁଛି ଯେ କାହିଁକି ମୋ ଝିଅକୁ ମୁଁ ଆରଜି କର ମେଡିକାଲ୍‌ ପଠାଇଲି? ଯଦି ତାକୁ ସେଠାକୁ ପଠାଇନଥାନ୍ତି ମୋ ଝିଅ ଏବେ ମୋ ସହ ଥାଆନ୍ତା।’’

    ପୀଡ଼ିତାଙ୍କ ନ୍ୟାୟ ଦାବିରେ ହଜାର ହଜାର ପିଲାରୁ ନେଇ ବୟସ୍କ ପର୍ଯ୍ୟନ୍ତ କୋଲକାତା ଓ ପଶ୍ଚିମବଙ୍ଗର ବିଭିନ୍ନ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭର ଦ୍ବିତୀୟ ସଂସ୍କରଣ ‘ରିକ୍ଲେମ୍‌ ଦ ନାଇଟ୍‌’ରେ ଆଗ ଅପେକ୍ଷା ଆହୁରି ଅଧିକ ଲୋକ ଯୋଡ଼ି ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ