Friday, October 16, 2026
24.2 C
Odisha

    ସିଙ୍ଗାପୁରରେ ମୋଦୀ: ସେମିକଣ୍ଡକ୍ଟର ଶିଳ୍ପ ସହ ଜଡ଼ିତ ପ୍ରସଂଗରେ କଲେ ଆଲୋଚନା

    ଆଗକୁ ପଢନ୍ତୁ

    ସିଙ୍ଗାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ସିଙ୍ଗାପୁରରେ ପହଞ୍ଚି ତାଙ୍କ ପ୍ରତିପକ୍ଷ ଲରେନ୍ସ ୱଙ୍ଗଙ୍କୁ ଭେଟିଛନ୍ତି। ସେଠାରେ ସେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଏକ ଅଗ୍ରଣୀ କମ୍ପାନିକୁ ବୁଲି ପରିଦର୍ଶନ କରିଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ନିମନ୍ତ୍ରଣରେ ପିଏମ ମୋଦୀ ଏଠାରେ ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଉଭୟ ନେତା ଏଇଏମ୍ ହୋଲ୍ଡିଂ ଲିମିଟେଡ୍ ପରିଦର୍ଶନ କରିବା ସହ ଏବଂ ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ କମ୍ପାନିର ଭୂମିକା, ଏହାର କାର୍ଯ୍ୟ ଏବଂ ଭାରତ ପାଇଁ ଯୋଜନା ପ୍ରସଂଗରେ ଆ‌ଲୋଚନା ହୋଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ ବିବୃତିରେ କହିଛି।

    “ଉନ୍ନତ ଉତ୍ପାଦନ କ୍ଷେତ୍ରରେ ସମ୍ପର୍କ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲରେନ୍ସ ୱଙ୍ଗ୍‌ ଆଜି ସେମି କଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ସିଙ୍ଗାପୁରର ଏକ ଅଗ୍ରଣୀ କମ୍ପାନି ଏଇଏମ୍‌ ହୋଲ୍ଡିଂ ଲିମିଟେଡ୍ ପରିଦର୍ଶନ କରିଛନ୍ତି। ସେମାନେ ହିତାଧିକାରୀଙ୍କ ସହ ସହଯୋଗର ସୁଯୋଗ ଉପରେ ଆଲୋଚନା କରିଥିଲେ। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ସୁଯୋଗକୁ ନେଇ ଆଲୋଚନା ହୋଇଛି’’ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଏକ ପୋଷ୍ଟ କରି କହିଛନ୍ତି।

    “ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମ ତଥା ଏହି କ୍ଷେତ୍ରରେ ସିଙ୍ଗାପୁରର ଶକ୍ତି ବିକାଶ ପାଇଁ ଆମର ପ୍ରୟାସକୁ ଦୃଷ୍ଟିରେ ରଖି ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    91 %
    1kmh
    45 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ