Monday, July 13, 2026
27.3 C
Odisha

    ବଡ଼ ଧରଣର ଅଗ୍ନିକାଣ୍ଡ: କୋରାବ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଶାଖାପଟ୍‌ନମ୍‌ ଷ୍ଟେଶନରେ ଅଗ୍ନିକାଣ୍ଡ ଘଟିଛି। ଷ୍ଟେଶନରେ ଛିଡା ହୋଇଥିବା ବେଳେ କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଯାଇଛି। ତେବେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଉକ୍ତ ଟ୍ରେନ୍‌ଟି କୋରାବରୁ ତିରୁମାଲା ଯାଇଥାନ୍ତା ।ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଅଗ୍ନିକାଣ୍ଡ ପ୍ରଥମେ ବି୭ କୋଚର ଶୌଚାଳୟରେ ଶଟସର୍କିଟ ଯୋଗୁ ହୋଇଛି । ବି୭ ବଗି ପୂରା ଜଳି ଯାଇଥିବା ବେଳେ ବି୬ ଓ ଓମ୧ ବଗି ଆଶିଂକ ଭାବେ ଜଳିଯାଇଛି । ତେବେ ଏହି ଅଗ୍ନିକାଣ୍ଡ ବେଳେ ବଗିରେ କେହି ନଥିଲେ । ତେଣୁ ଏକ ବଡ ଦୁର୍ଘଟଣାରୁ ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ