Monday, July 13, 2026
27.3 C
Odisha

    ଦାଦାଗିରି ଚଳିବ ନାହିଁ- କ୍ଷମା ମାଗ, ନହେଲେ ଇସ୍ତଫା ଦିଅ

    ଆଗକୁ ପଢନ୍ତୁ

    କୋଲକାତା: ପଶ୍ଚିମବଙ୍ଗ ସରକାରରେ ଥିବା ମନ୍ତ୍ରୀ ଅଖିଲ ଗିରିଙ୍କ ମୁସ୍କିଲ୍‌ ଏବେ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଖିଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଏନେଇ ବିନା କୌଣସି ସର୍ତ୍ତରେ ତୁରନ୍ତ କ୍ଷମା ମାଗିବାକୁ ନହେଲେ ତୁରନ୍ତ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଖିଲ ଗିରି ରାସ୍ତାକଡ଼ରେ ଦୋକାନ କରିଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆସିଥିବା ବନ ଅଧିକାରୀଙ୍କୁ ଧମକାଇଥିଲେ । ଏହାର ଭିଡିଓ ଭାଇରାଲ୍‌ ହୋଇଥିଲା । ଯାହାକୁ ନେଇ ତାଙ୍କ ଉପରେ ଆକ୍ସନ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମମତାଙ୍କ ଅନୁସାରେ, ରାଜ୍ୟରେ ସରକାର କରିଥିବା ତୃଣମୂଳ କଂଗ୍ରେସ ମହିଳା ବନ ଅଧିକାରୀଙ୍କୁ ଧମକାଇବାକୁ ଦୃଢ଼ ବିରୋଧ କରୁଛି । ମନ୍ତ୍ରୀ ଅଖିଲ ଗିରିଙ୍କ ଟିପ୍ପଣୀରେ ମମତା ଦୁଃଖ ପ୍ରକାଶ କରିଛନ୍ତି । ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ସୁବ୍ରତ ବକ୍ସି ଅଖିଲ ଗିରିଙ୍କୁ ଫୋନ୍‌ କରିଛନ୍ତି ଏବଂ କହିଛନ୍ତି ଯେ ସେ ସଙ୍ଗେସଙ୍ଗେ ଏଥିପାଇଁ କ୍ଷମା ମାଗନ୍ତୁ । କ୍ଷମା ନମାଗିଲେ ଇସ୍ତଫା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ