Wednesday, February 5, 2025
34.5 C
Odisha

    ଜାନୁୟାରୀ ୧୩ରୁ ପ୍ରୟାଗରାଜରେ କୁମ୍ଭ ମେଳା

    ଆଗକୁ ପଢନ୍ତୁ

    ମେଳା ଜଗିବ ରୋବୋଟ । ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରୟାଗରାଜ କୁମ୍ଭ ମେଳାରେ ସୁରକ୍ଷା ପାଇଁ ବ୍ୟବହାର ହେବ ଅତ୍ୟାଧୁନିକ ପ୍ରଯୁକ୍ତି। ମେଳାରେ ଅଗ୍ନିକାଣ୍ଡ ରୋକିବାକୁ ବ୍ୟବହାର ହେବ ରୋବୋଟିକ ଅଗ୍ନିଶମ ଇକ୍ୱିପମେଣ୍ଟ । ଏଥିପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ୨ ଶହ କମାଣ୍ଡୋ ମୁତୟନ ହେବେ ବୋଲି ଜଣାପଡିଛି । ପ୍ରଥମ ଥର ପାଇଁ କୁମ୍ଭ ମେଳାରେ ଏପରି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର ହେବ । ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁନଥିବା ସ୍ଥାନରେ ଅଗ୍ନି ନିର୍ବାପନ ପାଇଁ ଏହି ରୋବୋଟିକ ଅଗ୍ନିଶମ ଯାନ ବ୍ୟବହାର ହେବ । ୨୦ରୁ ୨୫ କିଲୋଗ୍ରାମ ଓଜନର ୩ଟି ରୋବୋଟିକ ଅଗ୍ନିଶମ ଯାନ ମେଳାରେ ଅଗ୍ନି ନିର୍ବାପନ ପାଇଁ ବ୍ୟବହୃତ ହେବ ।ସେହିପରି କୁମ୍ଭ ମେଳା ବେଳେ ସୁରକ୍ଷା ପାଇଁ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି । ସୁରକ୍ଷା ପାଇଁ ଲାଗିଥିବା ସିସିଟିଭି କ୍ୟାମେରାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ହୋଇଛି । ଏହି କ୍ୟାମେରାଗୁଡିକ ଭିଡ ନିୟନ୍ତ୍ରଣରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି କୁମ୍ଭମେଳାର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ବରିଷ୍ଠ ପୋଲିସ ଅଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.5 ° C
    34.5 °
    34.5 °
    18 %
    3.6kmh
    89 %
    Wed
    33 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ