Wednesday, April 1, 2026
25.3 C
Odisha

    ୪୮ବର୍ଷ ବୟସରେ ଚାଲିଗଲା ଅଭିନେତା ବିକାଶଙ୍କ ଜୀବନ

    ଆଗକୁ ପଢନ୍ତୁ

    ମୁମ୍ବାଇ: ୪୮ବର୍ଷ ବୟସରେ ଚାଲିଗଲା ‘କସୌଟି ଜିନ୍ଦେଗି କେ’ର ଅଭିନେତା ବିକାଶ ସେଠିଙ୍କ ଜୀବନ | ଟିଭି ଇଣ୍ଡଷ୍ଟ୍ରିରୁ ଆଜି ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି | ଜଣାଶୁଣା ଅଭିନେତା ବିକାଶଙ୍କ ମାତ୍ର ୪୮ବର୍ଷ ବୟସରେ ଦେହାନ୍ତ ହୋଇଥିବା ଖବରକୁ କେହି ବିଶ୍ୱାସ କରିପାରୁନାହାନ୍ତି। ବିକାଶ ସେଠୀଙ୍କ ଅକାଳ ବିୟୋଗ ହେତୁ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

    କୁହାଯାଉଛି ଯେ, ହୃଦଘାତ ପାଇଁ ତାଙ୍କର ଦେହାନ୍ତ ହୋଇଛି | ଶୋଇଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା, ଏହି କାରଣରୁ ତାଙ୍କୁ ବଞ୍ଚାଯାଇ ପାରିନଥିଲା | ଏହି ଖବର ଏବେ ସାମ୍ନାକୁ ଆସିଥିଲେ ବି ବିକାଶଙ୍କ ପତ୍ନୀ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି |

    ତାଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ ବିକାଶ ସେଠୀ ଜଣେ ପ୍ରସିଦ୍ଧ ଟିଭି ଅଭିନେତା ଥିଲେ। ସେ ସ୍ମୃତି ଇରାନୀ ଏବଂ ଏକତା କପୁରଙ୍କ ଲୋକପ୍ରିୟ ଟିଭି ସୋ’ ‘କ୍ୟୁକି ସାସ୍ ଭି କଭି ବହୁ ଥି’ରେ କାମ କରିଥିଲେ। ଏହି ସୋ’ ୨୦୦୦ମସିହାରେ ଆରମ୍ଭ ହୋଇ ପ୍ରାୟ ୮ ବର୍ଷ ଧରି ଚାଲିଥିଲା ​​| ବିକାଶ ସେଠୀ ଧାରାବାହିକ ‘କହିନ୍ ତୋ ହୋଗା’ ପାଇଁ ମଧ୍ୟ ଚର୍ଚ୍ଚାରେ ଥିଲେ। ଏହି ସୋ’ ୨୦୦୩ ମସିହାରେ ଆରମ୍ଭ ହୋଇଥିଲା | ଏହା ବ୍ୟତୀତ ସେ ଧାରାବାହିକ ‘କସୌଟି ଜିନ୍ଦେଗି କେ’ରେ ମଧ୍ୟ ନଜର ଆସିଥିଲେ। ଏହି ଧାରାବାହିକ ୨୦୦୧ ମସିହାରେ ଆସିଥିଲା ​, ଯେଉଁଥିରେ ଅନେକ ପ୍ରସିଦ୍ଧ ଟିଭି ବ୍ୟକ୍ତିତ୍ୱ କାମ କରିଥିଲେ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ