Sunday, April 5, 2026
36.1 C
Odisha

    ଗଞ୍ଜାମରେ ଗଡ଼ିଲା ଲକ୍ଷ୍ମୀ ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଯୋଗାଇ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ ବୁଧବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଛି। ଜଲାର ସଦରମହକୁମା ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ମିନି ଷ୍ଟାଡିୟମଠାରେ ଉଦ୍‌ଘାଟନ ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଯେଉଁଥିରେ ମହିଳା ଓ ବିଦ୍ୟାର୍ଥୀ ପଥଚାରୀଙ୍କ ସର୍ବାଧିକ ଭଡ଼ା ୫ ଟଙ୍କା ରହିଛି। ରାଜ୍ୟରେ ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏହି ଯୋଜନାର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଯୁଗାନ୍ତକାରୀ ଯୋଜନା, ଗଞ୍ଜାମ ଜିଲା ପାଇଁ ଆଜି ଏକ ଐତିହାସିକ ଦିନ। ଜିଲାରେ ଗମନାଗମନର ଅସୁବିଧାକୁ ହୃଦୟଙ୍ଗମ କରି ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହା ଦ୍ୱାରା ଜିଲାର ଲୋକେ ଉପକୃତ ହେବା ସହିତ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକ ପାଇଁ ବେଶ୍‌ ସହାୟକ ହେବ। ସେମାନେ କମ ଖର୍ଚ୍ଚରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାତାୟାତ କରି ପାରିବେ। ଗାଁରୁ ସହରକୁ ଆସିବା ନିମନ୍ତେ ସବୁ ବର୍ଗର ଲୋକମାନେ ସୁବିଧାରେ ଗମନାଗମନ କରି ପାରିବେ। ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଜି ଲକ୍ଷ୍ମୀ ବସ୍‌ର ଲୋକାର୍ପଣ ହୋଇଥିବାରୁ ଜିଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।

    ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ଶିଳ୍ପ, ପର୍ଯ୍ୟଟନ, ଆଧ୍ୟାତ୍ମିକ ଓ ସଂସ୍କୃତିକୁ ଶୀର୍ଷରେ ପହଞ୍ଚାଇଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମସ୍ତ ସଂଯୋଗ କରିବ ପରିବହନ। ଏହା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ବୋଲି ଆଜିର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିବା ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ମିଶନ ଶକ୍ତି ମା’ ଏବଂ ସ୍ଥାନୀୟ ଜନସାଧାରଣ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଆସିକା ଏମ୍‌ପି ପ୍ରମିଳା ବିଷୋୟୀ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଜିଲାପରିଷଦ ସଭାପତି ଅଞ୍ଜଳି ସ୍ବାଇଁ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟମାନଙ୍କ ମଧ୍ୟରେ ଓଏସଆରଟିସିର ଅଧ୍ୟକ୍ଷ ତଥା ଏମ୍‌ଡି ଦୀପ୍ତେଶ ପଟ୍ଟନାୟକ, ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତାଗିରୀ, ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ ଓ ପ୍ରମୋଦ କୁମାର ପୃଷ୍ଟି, ଜିଏମ୍‌ ଡିଆସି ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ଉପଲାପାଳ ଦେବଦତ୍ତ ମହାନ୍ତ, ଜିଲାପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଗଞ୍ଜାମ ଆର୍‌ଟିଓ ମାନସ ରଞ୍ଜନ ସାହୁ, ଭଞ୍ଜନଗର ଆରଟିଓ ଶୁଭେନ୍ଦୁ ରାୟ, ଓଏସ୍‌ଆରଟିସି ଗଞ୍ଜାମ ଜିଲା ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଗଞ୍ଜାମ ଜିଲାରେ ୪୭ଟି ଲକ୍ଷ୍ମୀ ବସ୍‌ ଚାଲିବ ଜିଲାର ୧୨୪ଟି ରୁଟ୍‌ରେ ୧୨୪ଟି ବସ୍‌ର ଏହି ସେବା ଯୋଗାଇ ଦିଆଯିବ। ଏଥି ନିମନ୍ତେ ମୋଟ୍‌ ୧୩୦ ବସ୍‌ ଜିଲାକୁ ଆସିବ। ବିଭିନ୍ନ ପଞ୍ଚାୟତରେ ଏବେ ଲକ୍ଷ୍ମୀ ବସ୍‌ ଷ୍ଟପ୍‌ ସ୍ଥଳ କରାଯାଇଥିବା ବେଳେ କିଛି ସ୍ଥାନରେ ଏହାର ନିର୍ମାଣ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.1 ° C
    36.1 °
    36.1 °
    24 %
    2.5kmh
    40 %
    Sun
    35 °
    Mon
    37 °
    Tue
    37 °
    Wed
    39 °
    Thu
    37 °

    ସମ୍ବନ୍ଧିତ