Monday, October 5, 2026
22.4 C
Odisha

    ବିବାହ ବନ୍ଧନରେ ବାନ୍ଧିହେଲେ ରାକୁଲ୍-ଜ୍ୟାକି

    ଆଗକୁ ପଢନ୍ତୁ

    ପାଣାଜୀ: ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ ଅଭିନେତ୍ରୀ ରାକୁଲ୍ ପ୍ରୀତ ସିଂହ-ବଲିଉଡର ପ୍ରଯୋଜକ ଜ୍ୟାକି ଭଗନାନୀ। ଆଜି ଗୋଆରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଛି। ଉଭୟ ଦକ୍ଷିଣ ଗୋଆରେ ଥିବା ଆଇଟିସି ଗ୍ରାଣ୍ଡରେ ବିବାହ କରିଥିବା ବେଳେ ଦମ୍ପତିଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନେ ବିବାହରେ ଯୋଗ ଦେଇଥିଲେ। ଏହି ବିବାହରେ ବଲିଉଡ କଳାକାର ଶିଳ୍ପା ଶେଟ୍ଟୀ, ଆୟୁଷ୍ମାନ ଖୁରାନା, ଅର୍ଜୁନ କପୁର, ଡେଭିଡ ଧୱନ ଉପସ୍ଥିତ ଥିବା ଦେଖାଯାଇଥିଲା।ବିବାହରେ ଯୋଗ ଦେବାକୁ ଥିବା ପରିବାର ଲୋକ ଓ ନିକଟତର ବନ୍ଧୁମାନଙ୍କୁ ‌ବିବାହ ମଣ୍ଡପକୁ ଫୋନ ନେଇ ଯିବା ପାଇଁ ଅନୁମତି ନଥିବାରୁ ଏପର୍ଯ୍ୟନ୍ତ ଦୁୁହିଁଙ୍କ ବିବାହର ଫଟୋ ସାମ୍ନାକୁ ଆସିନାହିଁ। କୁହାଯାଉଛି ଯେ, କିିଛି ସମୟ ପରେ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ବିବାହ ସଂପନ୍ନ ହୋଇଥିବା ଜଣାଇପାରନ୍ତି ରାକୁଲ-ଜ୍ୟାକି।

    ଦୀର୍ଘ ବର୍ଷ ହେବ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ଡେଟ୍ କରୁଥିବା ବେଳେ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପ୍ରେମୀଯୁଗଳ ବିଦେଶରେ ବିବାହ କରିବେ ବୋଲି ଆଗରୁ ଶୁଣାଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ