Saturday, April 11, 2026
30.4 C
Odisha

    ନଳୀକୁମ୍ପା ଜଙ୍ଗଲରେ ଲାଣ୍ଡମାଇନ ବିସ୍ଫୋରଣ, ଏକାଧିକ ଏସଓଜି ଯବାନ ଆହତ

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ସର୍ଚ୍ଚ ଅପରେସନ ବେଳେ ଲାଣ୍ଡମାଇନ ବିସ୍ଫୋରଣ । କନ୍ଧମାଳ – ବୌଦ୍ଧ ସୀମାନ୍ତରେ ଘଟିଛି ଏହି ଅଘଟଣ । ଘଞ୍ଚ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଲାଣ୍ଡମାଇନ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଏକାଧିକ ଏସଓଜି ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସିଟି ସ୍କାନ କରାଯିବା ପରେ ସ୍ଥିତି କହିହେବ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ ଡା.ମାନସୀ ପଣ୍ଡା କହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆହତ ଯବାନଙ୍କ ମଧ୍ୟରେ ରସରାଜ ଶିରୋମଣି ନାଏକ ଓ ଉତ୍କଳ ପଟେଲ ଥିବା ଜଣାପଡିଛି । ସମସ୍ତ ଆହତ ଯବାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବଲାଙ୍ଗିର ଅଣାଯାଇଛି । ଯବାନମାନଙ୍କୁ ଏୟାର ଲିଫ୍ଟ କରାଯିବା ନେଇ ସୂଚନା ରହିଛି । ଆଜି ସକାଳେ ଯବାନମାନେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ନକ୍ସଲମାନେ ଯବାନଙ୍କ ଗାଡ଼ିକୁ ଓଡ଼ାଇ ଦେବାକୁ ଲ୍ୟାଣ୍ଡମାଇନ ଖଞ୍ଜି ରଖିଥିବା ସନ୍ଦେହ କରାଯାଉଛି। ଯବାନମାନେ ସେହି ରାସ୍ତାଦେଇ ଯିବା ବେଳେ ବିସ୍ଫୋରଣ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ