Thursday, November 5, 2026
21.4 C
Odisha

    ମୁଖ୍ଯମନ୍ତ୍ରୀଙ୍କ ସ୍ଥିର ନେତୃତ୍ବ, ଦୂରଦୃଷ୍ଟି, ଏବଂ ଦୃଢ ଇଛାଶକ୍ତି ପାଇଁ ଓଡ଼ିଶାର ସବୁ କ୍ଷେତ୍ରରେ ବିକାଶ ସମ୍ଭବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ହୋଇଛି। ଅନ୍ୟ ରାଜ୍ୟ ସହ ୫ ମାନଦଣ୍ଡରେ ବିଚାର କରାଯାଇ ଏହି ଫଳାଫଳ ସାମ୍ନାକୁ ଆସିଛି । ଓଡ଼ିଶାର ସବୁ କ୍ଷେତ୍ରରେ ସବୁ ଅଞ୍ଚଳରେ ବିକାଶ ହୋଇଛି । ମୁଖ୍ଯମନ୍ତ୍ରୀଙ୍କ ସ୍ଥିର ନେତୃତ୍ବ, ଦୂରଦୃଷ୍ଟି, ଏବଂ ଦୃଢ ଇଛାଶକ୍ତି ପାଇଁ ଏହା ସମ୍ଭବ ହୋଇପାରିଛି । ଭିତ୍ତିଭୂମୀ ବିକାଶ କାରଣରୁ ମଧ୍ୟ ନିବେଶ ବଢିଛି । ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଭଳି ଜିଲ୍ଲାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାକୁ ଯେଉଁ ନୂଆ ନିବେଶ ଆସୁଛି ସେମାନେ ଓଡ଼ିଶାରୁ ନିଯୁକ୍ତି ଦେଉଛନ୍ତି। ନିରପେକ୍ଷ ସଂସ୍ଥା ଓଡ଼ିଶାରେ ନିବେଶର ଭବିଷ୍ୟତକୁ ନେଇ ଭଲ ରିପୋର୍ଟ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ଉପରେ ବିଶ୍ୱାସ କାରଣରୁ ବାହାରୁ ନିବେଶ ଆସୁଛି। ବିଗତ ୭ ବର୍ଷରେ ୧ ଲକ୍ଷ ୮୫ ହଜାର କୋଟିର ନିବେଶ ହୋଇଛି। ଏକଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଖୋର୍ଦ୍ଧାରେ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଖୋର୍ଦ୍ଧା ପରେ ଯାଜପୁରର ସ୍ଥାନ। ଯାଜପୁର ପରେ ବାଲେଶ୍ୱରର ସ୍ଥାନ ରହିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ପରେ ଓଡ଼ିଶାରେ ଦେଶରେ ଅଧିକ ନିବେଶ ହୋଇଛି । ୨୦ ଲକ୍ଷ କୋଟି ନିବେଶ ଓଡ଼ିଶାରେ ହୋଇଛି । ଅପରପକ୍ଷେ ଟେକ୍ସଟାଇଲ୍ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ ଅଛନ୍ତି । ଏରୋସ୍ପେସ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ନିବେଶ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    91 %
    0.9kmh
    100 %
    Thu
    27 °
    Fri
    27 °
    Sat
    27 °
    Sun
    26 °
    Mon
    27 °

    ସମ୍ବନ୍ଧିତ