Thursday, April 9, 2026
25.9 C
Odisha

    ବଦଳିବ ‘ଲକ୍ଷ୍ମୀ ବସ୍’ର ନାଁ । ପରିବହନ ମନ୍ତ୍ରୀ କହିଲେ ମୁଖ୍ୟମନ୍ତ୍ରୀ ବସ୍ ସେବା ନାମରେ ଚାଲିବ ବସ୍

    ଆଗକୁ ପଢନ୍ତୁ

    ବଦଳିବ ‘ଲକ୍ଷ୍ମୀ ବସ୍’ର ନାଁ । ନୂଆ ନାମ ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଦେଖାଦେଇଥିଲା ଅନିଶ୍ଚିତତା । ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । ଅଳ୍ପ ଟଂକାରେ ପଂଚାୟତ ଓ ବ୍ଲକକୁ ସହର ସହ ଯୋଡିବା ପାଇଁ ନବୀନ ସରକାର ଏହି ଯୋଜନା କରିଥିଲେ । କିନ୍ତୁ ସରକାର ବଦଳିବା ପରେ ଏହି ଯୋଜନାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ଅନେକ ସ୍ଥାନରେ ବସ ଗୁଡିକ ପଡି ରହିଥିବା ଦେଖିବାକୁ ମିଳିଛି । ଏହାପରେ ବସ ସେବା ଜାରି ରହିବ କିନ୍ତୁ ନୂଆ ନାଁରେ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ