Saturday, October 31, 2026
23 C
Odisha

    ଅବପାତରେ ପରିଣତ ହେଲା ଲଘୁଚାପ, ପୁଣି ଆନ୍ଧ୍ର ଅଭିମୁଖେ ଆଉ ଏକ ବାତ୍ୟା ‘ମୁରାସୁ’ !

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା ।  ଆନ୍ଧ୍ର ଉପକୂଳ ମୁହାଁ ଆଉ ଏକ ସମ୍ଭାବ୍ୟ ବାତ୍ୟା ।  ଗୋଟିଏ ବାତ୍ୟାର ପ୍ରଭାବ ନସରୁଣୁ ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା ।  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି ।  ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଏଥର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇଛି ।

    ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ରହିଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିଛି ।  ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ଅବପାତ ରହିଛି ।  ଆହୁରି ଶକ୍ତିଶାଳୀ ହୋଇ ଏହା ବାତ୍ୟାରେ ପରିଣତ ହୋଇପାରେ ।

    ଏହି ସମ୍ଭାବ୍ୟ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖି ନଭେମ୍ବର ୨ ତାରିଖ ସନ୍ଧ୍ୟା ବେଳକୁ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି ।  ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ‘ମୁରାସୁ’ ।  ଏହି ନାମ ଭାରତ ପକ୍ଷରୁ ପ୍ରସ୍ତାବିତ ହୋଇଛି ।  ତେବେ ଏହି ସମ୍ଭାବ୍ୟ ବାତ୍ୟା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।  ନଭେମ୍ବର ୨ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବାର ପୂର୍ବାନୁମାନ ଥିଲେ ମଧ୍ୟ ସେହିଦିନ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଇଏମ୍ ଡି କହିନାହିଁ ।

    ଏପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି, ଏହାର ପ୍ରଭାବରେ ନଭେମ୍ବର ୨ତାରିଖରୁ ଓଡ଼ିଶାରେ ବଢ଼ିବ ବର୍ଷା । ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ ଆଶଙ୍କା। ପବନର ବେଗ ୭୦ କିମି ଛୁଇଁପାରେ । ଆଜି ଓ ଆସନ୍ତାକାଲି ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ହେଲେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ନଭେମ୍ବର ୨ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିଲୋମିଟର ରହିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.3kmh
    6 %
    Sat
    23 °
    Sun
    28 °
    Mon
    25 °
    Tue
    28 °
    Wed
    25 °

    ସମ୍ବନ୍ଧିତ